ETV Bharat / state

ହାଥରସ ଦୁଷ୍କର୍ମ ମାମଲା; ସୁବର୍ଣ୍ଣପୁର ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

author img

By

Published : Oct 7, 2020, 8:29 AM IST

ହାଥରସରେ ଦଳିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରି ସୁବର୍ଣ୍ଣପୁର ସହରର ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

Protest on behalf of Subarnapur Basti Suraksha Manch
ହାଥରସ ଦୁଷ୍କର୍ମ ମାମଲା; ସୁବର୍ଣ୍ଣପୁର ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏପରିକି ସୁବର୍ଣ୍ଣପୁର ସହରର ବସ୍ତି ସୁରକ୍ଷା ମଞ୍ଚ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳିତ ଝିଅକୁ ଗଣ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି।

ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ମହିଳା ମାନେ ବିଭିନ୍ନ ପ୍ରକାରର ସ୍ଲୋଗାନବାଜି କରିବା ସହିତ ମୃତ ପୀଡିତା ପାଇଁ ନ୍ୟାୟ ଦାବି କରିଥିଲେ । ଏହି ଘଟଣାରେ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରି ଘଟଣାରେ ସାମିଲ ବ୍ୟକ୍ତିମାନଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.