ETV Bharat / state

ସାମାଜିକ ଦୂରତା ମାନୁ ନାହାନ୍ତି ସରକାରୀ କର୍ମଚାରୀ - ସାମାଜିକ ଦୂରତା

ସାମାଜିକ ଦୂରତାକୁ ସରକାରୀ କର୍ମଚାରୀଙ୍କ ବେଖାତିର । ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା କଥା ଶୁଣି ହସିଲେ ବିଡିଓ । ଅଧିକ ପଢନ୍ତୁ...

ସାମାଜିକ ଦୂରତା ମାନୁ ନାହାନ୍ତି ସରକାରୀ କର୍ମଚାରୀ

author img

By

Published : Apr 24, 2020, 3:35 PM IST

ସୁବର୍ଣ୍ଣପୁର: ସାମାଜିକ ଦୂରତାକୁ ସରକାରୀ କର୍ମଚାରୀଙ୍କ ବେଖାତିର । ଦେଶରେ କୋରୋନା ସଂକ୍ରମଣ ବଢାଚାଲିଥିବା ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ଅପିଲ କରାଯାଉଛି । ହେଲେ ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳିଛି ।

କୋଭିଡ-19 ନେଇ ଆଲଚନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କର୍ମଚାରୀମାନଙ୍କ ସହିତ ଆସିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର । ସେ ସାତ ଜଣ ସରକାରୀ କର୍ମଚାରୀଙ୍କ ସହିତ ଗୋଟିଏ ବୋଲେରୋ ଗାଡ଼ିରେ ଆସିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ ଭିତରେ କେହିବି ସାମାଜିକ ଦୂରତା ରକ୍ଷା କରୁନଥିଲେ । ଏପରିକି ଜିଲ୍ଲାପଙ୍କ କାର୍ଯ୍ୟାଳୟ ଆଗରେ ହାତ ଧୋଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ଥିଲେ ମଧ୍ୟ କର୍ମଚାରୀମାନେ ହାତ ନଧୋଇ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ତେବେ ଏନେଇ ସାମ୍ବାଦିକମାନେ ବିଡ଼ିଓଙ୍କୁ ପଚାରିବାରୁ ସେ ହସିଦେଇ କାର୍ଯ୍ୟାଳୟ ଭିତରକୁ ଚାଲିଯାଇଥିଲେ । ବିଡ଼ିଓଙ୍କ ଏପରି ଅବହେଳା ପ୍ରଦର୍ଶନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.