ETV Bharat / state

ଅସହାୟଙ୍କ ଅନ୍ତିମସଂସ୍କାର କଲେ ସମାଜସେବୀ ସଂଗଠନ - ଅନ୍ତିମସଂସ୍କାର କଲେ ସମାଜସେବୀ ସଂଗଠନ

ବୁଢାରଜା ଯୁବ ସମାଜସେବୀ ସଂଗଠନ ସୋମବାର ରାତିରେ ଜଣେ ଅସହାୟ ବ୍ୟକ୍ତିଙ୍କର ଅନ୍ତିମସତ୍କାର କରିଛି । ଅଧିକ ପଢନ୍ତୁ...

ଅସହାୟଙ୍କ ଅନ୍ତିମସଂସ୍କାର
ଅସହାୟଙ୍କ ଅନ୍ତିମସଂସ୍କାର
author img

By

Published : Nov 3, 2020, 1:59 PM IST

ସୁବର୍ଣ୍ଣପୁର: ବୁଢାରଜା ଯୁବ ସମାଜସେବୀ ସଂଗଠନ ସୋମବାର ରାତିରେ ଜଣେ ଅସହାୟ ବ୍ୟକ୍ତିଙ୍କର ଅନ୍ତିମସତ୍କାର କରିଛି । ମୃତକ ଜଣକ ହେଲେ ସୋନପୁର ବ୍ଲକ୍ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁର ୫୫ ବର୍ଷିୟ ନେତ୍ରା ନାଏକ ।

ଅସହାୟଙ୍କ ଅନ୍ତିମସଂସ୍କାର କଲେ ସମାଜସେବୀ ସଂଗଠନ

କୌଣସି କାରଣରୁ ନେତ୍ରା ତାଙ୍କ ଘରୁ ବାହାରି ଆସି ଖଲିଆପାଲି ଅଙ୍ଗନବାଡି କେନ୍ଦ୍ର ନିକଟରେ ଗତ କିଛି ଦିନ ହେଲା ଅସହାୟ ଅବସ୍ଥାରେ ରହିଆସୁଥିଲେ । ସେଠାରେ କେନ୍ଦ୍ର ପକ୍ଷରୁ ତାଙ୍କୁ ଖାଇବା ଆଦି ଦିଆଯାଉଥିଲା । ସୋମବାର ତାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ହେବାରୁ ରୁଗୁଡିପାଲି ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ରଣା ସ୍ବେଚ୍ଛାସେବୀଙ୍କ ସହାୟତାରେ ଆମ୍ବୁଲାନ୍ସରେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାପରେ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା ।

ମୃତ ଖବର ତାଙ୍କ ପରିବାରବର୍ଗଙ୍କୁ ଦିଆଯିବା ପରେ ପରିବାରବର୍ଗ ପକ୍ଷରୁ ତାଙ୍କୁ ନେବା ପାଇଁ କୌଣସି ସଦସ୍ୟ ଆସିନଥିଲେ । ପରେ ସେଚ୍ଛାସେବୀ ସଂଗଠନ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା । ପୋଲିସ ଏନେଇ ଘଟଣାର ଛାନଭିନ୍ କରିଥିଲା ଓ ପରେ ସେଚ୍ଛାସେବୀ ସଂଗଠନ ପକ୍ଷରୁ ରାତିରେ ସ୍ଥାନୀୟ ଗୋକରନେଶ୍ବର ଶ୍ମଶାନ ଘାଟରେ ତାଙ୍କ ସତ୍କାର କରାଯାଇଥିଲା ।

ସଂଗଠନର ସଭାପତି ଶିବଶଙ୍କର ନାୟକ, ବଳରାମ ସା, ସ୍ଵାଧୀନ ନାଏକ, ସ୍ଵରୂପ ପାତ୍ର, କୃଷ୍ଣ ପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଏହି ଶବ ସଂସ୍କାର କାର୍ଯ୍ୟରେ ସାମିଲ ଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.