ETV Bharat / state

ଲକଡାଉନରେ କାର୍ଯ୍ୟରତ କର୍ମଚାରୀଙ୍କୁ ରୋଟାରୀ କ୍ଲବରୁ ଫଳ ବଣ୍ଟନ

author img

By

Published : Apr 10, 2020, 10:49 AM IST

ସୁବର୍ଣ୍ଣପୁରର ରୋଟାରୀ କ୍ଲବ ପକ୍ଷରୁ ମହାମାରୀ କୋରୋନା ଲକଡାଉନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ,ସଫେଇ କର୍ମଚାରୀ ,ସାମ୍ବାଦିକ ତଥା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଫଳ ଓ ଥଣ୍ଡା ପାନୀୟ ପ୍ରଦାନ କରାଯାଇଛି। ରୋଟାରୀ କ୍ଲବର ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଅଧିକ ପଢନ୍ତୁ...

fruit-and-drinks-distribution-by-subarnapur-rotary-club
ରୋଟାରୀ କ୍ଲବ ପକ୍ଷରୁ ଲକଡାଉନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଫଳ ବଣ୍ଟନ

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ସ୍ଥାନୀୟ ରୋଟାରୀ କ୍ଲବ ପକ୍ଷରୁ ଟାଣ ଖରାରେ ଜନସାଧାରଣଙ୍କ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଫଳ ଓ ଥଣ୍ଡା ପାନୀୟ ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରର ରୋଟାରୀ କ୍ଲବର ବରିଷ୍ଠ ସଭ୍ୟ ପରେଶ ମେହେର ମହାମାରୀ କୋରୋନା ଲକଡାଉନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ,ସଫେଇ କର୍ମଚାରୀ ,ସାମ୍ବାଦିକ ତଥା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଫଳ ଓ ଥଣ୍ଡା ପାନୀୟ ପ୍ରଦାନ କରିଥିଲେ । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିଭଳି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡିକ ବି ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ ପାଇଁ ଆଗେଇ ଆସିଛନ୍ତି । ରୋଟାରୀ କ୍ଲବର ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.