ETV Bharat / state

ପରଲୋକରେ ପୂର୍ବତନ କୃଷି ଓ ସମବାୟ ରାଷ୍ଟ୍ରମନ୍ତ୍ରୀ, ଶେଷକୃତ୍ୟ ସମ୍ପନ୍ନ କଲେ 4 ଝିଅ

author img

By

Published : May 18, 2021, 10:23 AM IST

Updated : May 18, 2021, 12:19 PM IST

ସୁବର୍ଣ୍ଣପୁର ବିରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କୃଷି ଓ ସମବାୟ ରାଷ୍ଟ୍ର ମନ୍ତ୍ରୀଙ୍କ ପରଲୋକ । ସହର ସ୍ଥିତ ଶ୍ମଶାନ ଘାଟରେ ଅନ୍ତିମ ସତ୍କାର ସମ୍ପନ୍ନ । ଅଧିକ ପଢନ୍ତୁ...

ପୂର୍ବତନ କୃଷି ଓ ସମବାୟ ରାଷ୍ଟ୍ର ମନ୍ତ୍ରୀଙ୍କ ପରଲୋକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିରମହାରାଜପୁର ଓକିଲ ସଂଘ ସଭାପତି କାର୍ତ୍ତିକ ତରିଆଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ ଝିଅ ନିବେଦିତା ତରିଆଙ୍କ ସମେତ ତାଙ୍କ 4 ଝିଅ ମୁଖାଗ୍ନି ଦେଇଛନ୍ତି । 69 ବର୍ଷ ବୟସରେ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତରିଆ ।

ପୂର୍ବତନ କୃଷି ଓ ସମବାୟ ରାଷ୍ଟ୍ର ମନ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ସ୍ବର୍ଗତ ତରିଆଙ୍କ ମରଶରୀର ଝିଅମାନେ ଘରୁ ଶ୍ମଶାନ ପର୍ଯ୍ୟନ୍ତ ବୋହି ନେଇଥିଲେ । ଗତକାଲି ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଥିଲା । କୋଭିଡ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସହରର ଶ୍ମଶାନରେ ଯଥାରୀତି ଦାହସଂସ୍କାର କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ସେ ଜଣେ ଟାଣୁଆ ନେତା ଥିଲେ । 1985-90 ମସିହା ପର୍ଯ୍ୟନ୍ତ ବିରମହାରାଜପୁର ବିଧାୟକ ଓ 1987 ମସିହାରେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ କଂଗ୍ରେସ ମନ୍ତ୍ରୀ ମଣ୍ଡଳରେ ରାଜ୍ୟ କୃଷି ଓ ସମବାୟ ରାଷ୍ଟ୍ର ମନ୍ତ୍ରୀ ଥିଲେ । ସେ ବିଧାୟକ ଥିବା ସମୟରେ ବୀରମହାରାଜପୁର ଅଞ୍ଚଳକୁ ସବଡିଭିଜନ ମାନ୍ୟତା ମିଳିଥିଲା । ଏବେ ସେ କୋଶଳ ଆନ୍ଦୋଳନର ଜଣେ ଅଗ୍ରଣୀ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ।ତାଙ୍କ ନିଧନରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।ବିରମହରାଜପୁର ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୋକବାର୍ତ୍ତା ପ୍ରଦାନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : May 18, 2021, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.