ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଚନ୍ଦଲି ଜଙ୍ଗଲରେ ଜଙ୍ଗଲୀ ହାତୀଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ଅନେକ ସମୟରେ ଲୋକେ ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଉଛନ୍ତି। ସେହିପରି ଆଜି ମଧ୍ୟ ହାତୀର ଶୀକାର ହୋଇଛନ୍ତି ବନବିଭାଗ କର୍ମଚାରୀ।
ମଙ୍ଗଳବାର ବିଭାଗୀୟ କର୍ମଚାରୀ ହାତୀ ଘଉଡାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଏଥିରେ 2ଜଣ ବନକର୍ମଚାରୀ ଗୁରୁତର ହୋଇଥିବାବେଳେ ଅନ୍ୟ 2ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଗୁରୁତର ହେଉଛନ୍ତି ଉଲୁଣ୍ଡା ବନବିଭାଗର କର୍ମଚାରୀ ସଦାନନ୍ଦ ବାଘ ଓ ପ୍ରହଲ୍ଲାଦ ସେଠୀ। ସେହିପରି ଅନ୍ୟ 2ଜଣ ଉଲୁଣ୍ଡା ବ୍ଲକ ପୁଟୁରୁପାଲି ଗାଁର ମିନଭୋଇ ଓ ପିପଲକଟା ଗାଁର ଭକ୍ତରାମ ନାଏକ। ହାତୀ ଆକ୍ରମଣରେ ଗୁରୁତର ହୋଇଥବା ବନ କର୍ମଚାରୀ ଉଲୁଣ୍ଡା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଜଙ୍ଗଲ ବିଭାଗ ହାତୀ ଘଉଡାଇବା ପାଇଁ ଟର୍ଚ୍ଚ ଲାଇଟ ତଥା ଅନ୍ୟାନ୍ୟ ଉପକରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଲୋକେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ