ETV Bharat / state

ବିନା ଥଇଥାନରେ ଜବରଦଖଲ ଉଚ୍ଛେଦ, ଖୋଲା ଆକାଶ ତଳେ ୧୩ ପରିବାର - ଖୋଲା ଆକାଶ ତଳେ ୧୩ ପରିବାର

ସୁବର୍ଣ୍ଣପୁର ସହରର ପଟାଭାଡିର ଠାକୁରାଣୀ ପଡାରେ ଖୋଲା ଆକାଶ ତଳେ ଜୀବନ ଜୀଉଁଛନ୍ତି 13 ପରିବାର । ଗତ ବୁଧବାର ଦିନ ବେଆଇନ ଭାବେ ଗଢି ଉଠିଥିବା ଘରକୁ ଭାଙ୍ଗି ଦେଇଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ଜବରଦଖଲ ଉଚ୍ଛେଦ
ଜବରଦଖଲ ଉଚ୍ଛେଦ
author img

By

Published : Dec 17, 2022, 12:26 PM IST

ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର: ଖୋଲା ଆକାଶ ତଳେ ଜୀବନ ଜୀଉଁଛନ୍ତି 13 ପରିବାର । ପ୍ରବଳ ଶୀତ କାକରରେ ପଲିଥିନ ତଳେ ରହୁଛନ୍ତି ପ୍ରାୟ 60ରୁ ଅଧିକ ଲୋକ । ଖୋଲା ପଡିଆରେ କରାଯାଇଛି ରୋଷେଇ । ପଲିଥିନ ଓ ଠେଲାଗାଡି ଉପରେ ମାଆମାନେ ପିଲାଛୁଆଙ୍କୁ ଧରି ରାତ୍ରୀଯାପନ କରୁଛନ୍ତି । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସହରର ପଟାଭାଡିର ଠାକୁରାଣୀ ପଡାରେ ।

ଗତ ବୁଧବାର ଦିନ 13 ଗୋଟି ପରିବାରକୁ ସରକାରୀ ଜମିରୁ ଉଚ୍ଛେଦ କରିବା ପରେ ଅସହାୟ ଭାବେ ଜୀବନ ଜୀଉଁଛନ୍ତି ପୀଡିତ ଲୋକେ । ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲା ଲୁଲୁ ପଡିଆ କଡରେ ଝାଟିମାଟି ଓ ଆଜବେଷ୍ଟ ଦେଇ ଘର କରି ଏମାନେ ରହି ଆସୁଥିଲେ । ହେଲେ ଝାଟିମାଟିର ଘର ତିଆରି କରିବା ସମୟରେ ରାଜସ୍ବ ବିଭାଗ ନୀରବ ରହିଥିଲା । ପ୍ରାୟ ଦୁଇ ବର୍ଷ ପରେ ଏହି ଗରୀବ ଲୋକଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ବେଆଇନ ଭାବେ ଗଢି ଉଠିଥିବା ଘରକୁ ଭାଙ୍ଗି ଦିଆଯାଇଛି । ଏହି ପରିବାରମାନେ ପ୍ରଶାସନକୁ ସହରର କୌଣସି ଏକ ଜାଗାରେ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ପ୍ରଶାସନ ନଶୁଣିବାରୁ ଶୀତ ଦିନରେ ସେମାନଙ୍କୁ ବେଦଖଲ ନକରିବା ପାଇଁ ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: INDvsAUS Womens 4th T20I: ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ତେବେ ସବୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ରାଜସ୍ବ ଓ ପୌର ପରିଷଦ ମିଳିତ ଭାବେ ଜବରଦଖଲ ଉଚ୍ଛେଦ କରିଛନ୍ତି । ତେବେ ଦିନମଜୁରୀ କରି ଚଳୁଥିବା ଏହି ପରିବାରମାନେ ଘରଡିହ ଜାଗା ସାଙ୍ଗକୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସହରର ବିଭିନ୍ନ ଜାଗାରେ ଧନୀକ ଶ୍ରେଣୀର ଲୋକେ ଜବରଦଖଲ କରିଥିଲେ ହେଁ ତାଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବେଳେ ଗରୀବଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.