ETV Bharat / state

ଆରମ୍ଭ ହେଲା ପଏଁରୀ ତିହାର 2024, ଚାଲିବ ଲୋକକଳା ଓ ନୃତ୍ୟର ଆସର - Folk Dance and Music

'Painri Tihar' Kicks off in Sonepur : ଆଜିଠାରୁ ସୁବର୍ଣ୍ଣପୁର ସହରରେ ଆରମ୍ଭ ହୋଇଛି 'ପଏଁରୀ ତିହାର' । ଜାତୀୟ ତଥା ପ୍ରାଦେଶିକ ସ୍ତରରୁ ପ୍ରାୟ 20ଟି ସାଂସ୍କୃତିକ ଦଳ କରିବେ କଳା ପ୍ରଦର୍ଶନ । ଅଧିକ ପଢନ୍ତୁ

ଆରମ୍ଭ ହେଲା ପଏଁରୀ ତିହାର 2024, ଚାଲିବ ଲୋକକଳା ଓ ନୃତ୍ୟର ଆସର

author img

By ETV Bharat Odisha Team

Published : Jan 1, 2024, 10:38 PM IST

ଆରମ୍ଭ ହେଲା ପଏଁରୀ ତିହାର 2024, ଚାଲିବ ଲୋକକଳା ଓ ନୃତ୍ୟର ଆସର

ସୁବର୍ଣ୍ଣପୁର : ଆଜିଠାରୁ ସୁବର୍ଣ୍ଣପୁର ସହରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଲୋକ କଳା ଓ ନୃତ୍ୟ ମହୋତ୍ସବ 'ପଏଁରୀ ତିହାର' । ନୂଆବର୍ଷକୁ ସ୍ବାଗତ କରି ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତାର 24 ତମ ବାର୍ଷିକୋତ୍ସବ ପଏଁରୀ-2024 ପାଳନ କରୁଛି । ଜାତୀୟ ପାରମ୍ପରିକ ଲୋକନୃତ୍ୟରେ ଆଜି ପ୍ରାତଃରୁ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ଟାଉନ ହଲକୁ ପହଁଚିଥିଲା । ଜାତୀୟ ତଥା ପ୍ରାଦେଶିକ ସ୍ତରରୁ ପ୍ରାୟ 20ଟି ସାଂସ୍କୃତିକ ଦଳ ନିଜ ନିଜର ଲୋକନୃତ୍ୟ ଗୀତ ଏହି ଉତ୍ସବରେ ପରିବେଷଣ କରିବେ । ଏହି ମହୋତ୍ସବରେ ପ୍ରାୟ 580 ଜଣ କଳାକାର ସାମିଲ ହେବେ ବୋଲି ପଏଁରୀ ପକ୍ଷରୁ ସୂଚନା ମିଳିଛି । ପ୍ରତିବର୍ଷ ପୁରୁଣା ଟାଉନହଲର ଭୀମଭୋଇଙ୍କ ମଂଚରେ ପଏଁରୀ ଉତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନୂତନ ଟାଉନ ହଲରେ ଏହି ମହୋତ୍ସବ ପାଳନ କରାଯାଉଛି ।

ପଶ୍ଚିମ ଓଡିଶାର ରସରକେଲୀ ,ଡାଲଖାଇ ,ଚୁଟକୁଚୁଟା ,ବଜାଶାଲ , ମାଏଲାଜଡ ଆଦି ଲୋକ ନୃତ୍ୟ ସାଙ୍ଗକୁ ଇଜେଡସିସି ପକ୍ଷରୁ ବିହୁ ପରି ପାଞ୍ଚୋଟି ବାହାର ରାଜ୍ୟର ସାଂସ୍କୃତିକ ଦଳ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇଛନ୍ତି । ପ୍ରତିବର୍ଷ ପରି ଏଥର ବି ଜିଲ୍ଲାର ବଛା ବଛା ଲୋକନୃତ୍ୟ ଦଳକୁ ଏହି ମଞ୍ଚରେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିବାର ସୁଯୋଗ ସୃଷ୍ଟି କରାଯାଇଛି । ପଏଁରୀ ପକ୍ଷରୁ ଲୋକନୃତ୍ୟ କଳାକାର ଚିହ୍ନଟ କାର୍ଯ୍ୟକ୍ରମ ବି ରହିଛି । ଜାନୁୟାରୀ 2024 ପହିଲାରୁ ତିନି ଦିନ ଧରି ଏହି ଲୋକନୃତ୍ୟ ମହୋତ୍ସବ ପାଳନ କରାଯିବାକୁ ରହିଥିବା ବେଳେ ବର୍ଷର ପହିଲା ଦିନରେ ଆଜି ପ୍ରାତଃରୁ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ପ୍ରାତଃରୁ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ଏହି ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ଟାଉନ ହଲଠାରେ ପହଂଚିବା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ନବରଙ୍ଗପୁରରେ ଦିଆଲି ପର୍ବ ପାଇଁ ବୋଲେଇନି ଯାତ୍ରା ଅନୁଷ୍ଠିତ

ସଂଧ୍ୟାରେ ନିମନ୍ତ୍ରିତ ଅତିଥି ମାନଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ଗୋଟିଏ ପରେ ଗୋଟିଏ ଲୋକନୃତ୍ୟ ପରିବେଷଣ କରାଯିବ । ତେବେ ପ୍ରତ୍ୟେକ ସଂଧ୍ୟାରେ ଗୋଟିଏ ଦୁଇଟି ରାଜ୍ୟ ବାହାର ସାଂସ୍କୃତିକ ଦଳ ସହିତ ରାଜ୍ୟର ସାଂସ୍କୃତିକ ଦଳ ଓ ସ୍ଥାନୀୟ ସାଂସ୍କୃତିକ ଦଳମାନେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିବେ । ଏହି ପଏଁରୀ ତିହାର-2024 ପାଇଁ ବିଭିନ୍ନ ସାଂସ୍କୃତିକ ଦଳ ଗତକାଲି ସହରରେ ପହଂଚି ନିଜ ନିଜ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରିବା ସହିତ ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ପଏଁରୀ ତିହାର ପାଇଁ ସାରା ସହର ଏବେ ଉତ୍ସବ ମୁଖର ହୋଇ ଉଠିଛି ।

ଇଟିଭି ଭାରତ, ସୂବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.