ETV Bharat / state

5 ସମବାୟ ସମିତି ସମ୍ପାଦକ ନିଲମ୍ବିତ

author img

By

Published : Jan 14, 2021, 3:15 PM IST

ଖାଲି ପଡିଆରେ ଧାନ ଚାଷ ହୋଇଥିଲା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ହଜଡ କରି ପାଞ୍ଚଜଣ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି ସହକାରୀ ନିବନ୍ଧକ । ଅଧିକ ପଢନ୍ତୁ...

ପାଞ୍ଚଜଣ ସମବାୟ ସମିତି ସମ୍ପାଦକ ନିଲମ୍ବିତ
ପାଞ୍ଚଜଣ ସମବାୟ ସମିତି ସମ୍ପାଦକ ନିଲମ୍ବିତ

ସୁବର୍ଣ୍ଣପୁର: ପଦାରେ ପଡିଲା ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା । ଖାଲି ପଡିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ହଡପ ଅଭିଯୋଗରେ ପାଞ୍ଚଜଣ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି ସହକାରୀ ନିବନ୍ଧକ ।

ପାଞ୍ଚଜଣ ସମବାୟ ସମିତି ସମ୍ପାଦକ ନିଲମ୍ବିତ

ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ସମିତି ସମ୍ପାଦକ ମାନେ ବିଭିନ୍ନ କିସମ ଜମି ,କପା ଚାଷ ହୋଇଥିବା ଜମି ,କୋଠା ନିର୍ମାଣ ହୋଇଥିବା ଜାଗା ଓ ପଡ଼ିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାଁ ପଞ୍ଜିକରଣ କରିଥିଲେ। ତେବେ ପୂର୍ବରୁ ଏଭଳି ଅନିୟମିତତା ହୋଇଥିବା ପ୍ରମାଣିତ ହେବା ପରେ ତିନି ଜଣ ରାଜସ୍ବ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା।

ଚାଷୀଙ୍କୁ ମିଳୁଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହଡପ କରି ଚାଷ ହୋଇ ନ ଥିବା ଜାଗାରେ ଧାନ ଅମଳ ହୋଇଥିବା ଦର୍ଶାଇ ଏଭଳି ଦୁର୍ନୀତି କରୁଥିବା ପ୍ରମାଣିତ ହେବା ପରେ ସମ୍ପାଦକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ନିଲମ୍ବିତ ହୋଇଥିବା ସମ୍ପାଦକ ହେଲେ ବିରମହରାଜପୁର ଉପଖଣ୍ଡର ମୂର୍ଷୁଣ୍ଢିର ରଭାତ କୁମାର ସାହୁ ,ଜଟେସିଂହାର ସମ୍ପାଦକ ଘନଶ୍ୟାମ ପଧାନ ଓ ଉଲୁଣ୍ଡାର ସମ୍ପାଦକ ରାମକୃଷ୍ଣ ପାଢ଼ୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.