ETV Bharat / state

ମହାନଦୀ ଗର୍ଭରୁ ମହିଳାଙ୍କୁ ଉଦ୍ଧାର କରିଥିବା 2 ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧନା - woman rescue from Mahanadi river river

ମହାନଦୀରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଥିବାରୁ 2 ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସୁବର୍ଣ୍ଣପୁର ଏସପି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସହରର କୁମ୍ଭାରପଡାର ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ...

ମହାନଦୀ ଗର୍ଭରୁ ମହିଳାଙ୍କୁ ଉଦ୍ଧାର କରିଥିବା 2 ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧନା

author img

By

Published : Jul 16, 2020, 2:18 AM IST

ସୁବର୍ଣ୍ଣପୁର: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ନିରାଡ଼ମ୍ବର ସମ୍ବର୍ଦ୍ଧନା ସଭାରେ ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସହରର କୁମ୍ଭାରପଡାର ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି ।

ମହାନଦୀ ଗର୍ଭରୁ ମହିଳାଙ୍କୁ ଉଦ୍ଧାର କରିଥିବା 2 ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧନା

ମତ୍ସ୍ୟଜୀବୀ ନରେଶ ଓ ହରେଶ ନାଏକ ମହାନଦୀରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ହିକୁଡି ଫାଣ୍ଡି ଅନ୍ତର୍ଗତ କୁଲିହାକାନି ଗାଁର ମୀରା ସେଠୀ ବିଜୁ ପଟ୍ଟନାୟକ ପୋଲ ଉପରୁ ଡେଇଁ ପଡ଼ିଥିଲେ । ତେବେ ସନ୍ଧ୍ୟାରେ ଦୁଆନ ବୁଣି ଯାଇଥିବା ଏହି ଦୁଇ ଜଣ ମତ୍ସ୍ୟଜୀବୀ ମହିଳାଙ୍କୁ ଉଦ୍ଧାର କରିଥିଲେ ।

ମହିଳା ଜଣକ ଉଦ୍ଧାର ହେବା ପରେ ତାଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ବୁଧାବାର ମୀରା ପୋଲ ଉପରୁ ତଳକୁ ପାଣି ଦେଖିବା ସମୟରେ ଖସି ପଡ଼ିଥିଲେ ବୋଲି ବୟାନ ଦେଇଥିବା ଏସପି କହିଛନ୍ତି । ମହିଳାଙ୍କୁ ଉଦ୍ଧାର କରିଥିବା ନରେଶ ଓ ହରେଶଙ୍କୁ ସହରର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.