ସୁବର୍ଣ୍ଣପୁର: ସହରର ବ୍ଲକ ଛକରେ ଥିବା ପୌର ପରିଷଦର ଏକ ଷ୍ଟଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଶନିବାର ସକାଳୁ ଷ୍ଟଲ ପଛପଟରେ ଥିବା ଅଳିଆ ଗଦାରେ କେହି ଜଣେ ନିଆଁ ଲଗେଇ ଦେଇଥିଲା । ତେବେ କୌଣସି କାରଣରୁ ଏହି ନିଆଁ ଷ୍ଟଲ ଭିତରରେ ଲାଗିଯିବାରୁ ଏଥିରେ ବ୍ୟାପକ ପରିମାଣର ଖଲିଦନା, ଚାରୋଟି ଗ୍ୟାସ ଟାଙ୍କି ଓ ଗୋଟିଏ ମୋଟର ସାଇକେଲ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି ।
ନିଆଁ ଲାଗିଥିବା ଦେଖି ସହରର ଦମକଳ ବିଭାଗକୁ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୀର୍ଘ ଦିନରୁ ଏହି ଷ୍ଟଲକୁ ବ୍ୟବସାୟୀ କାର୍ତ୍ତିକ ପଧାନ ଗୋଦାମ ଭାବେ ବ୍ୟବହାର କରି ଆସୁଥିଲେ। ବ୍ଲକ ଛକ ଦୋକାନୀ ସଙ୍ଘ ପକ୍ଷରୁ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ