ETV Bharat / state

5th Phase Voting: ଶାନ୍ତିଶୃଙ୍ଖଳାରେ ସମ୍ବଲପୁର-ସୁବର୍ଣ୍ଣପୁରରେ ମତଦାନ

author img

By

Published : Feb 24, 2022, 1:31 PM IST

ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକରେରେ ମତଦାନ ଜାରି । ଅଧିକ ପଢନ୍ତୁ

5th Phase Voting: ସମ୍ବଲପୁର ଓ ସୁବର୍ଣ୍ଣପୁରରେ ମତଦାନ ଜାରି

ସମ୍ବଲପୁର/ସୁବର୍ଣ୍ଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି । ସକାଳ 7ଟାରୁ ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର 2 ଟି ଜୋନରେ 17ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ 203ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସର୍ବମୋଟ 56 ହଜାର 178 ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି ।

5th Phase Voting: ସମ୍ବଲପୁରରେ ମତଦାନ ଜାରି

ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ପ୍ରାୟ 15 ପ୍ଲାଟୁନ ପୋଲିସ ନିୟୋଜିତ ହୋଇଛନ୍ତି । 2 ଜଣ ଅତିରିକ୍ତ ଏସପି, ଜଣେ SDPO,3 ଜଣ DSP,5ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ନିର୍ବାଚନ ପର୍ଯ୍ୟବେକ୍ଷକ ସୁଶାନ୍ତ କୁମାର ଦାସ ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିଛନ୍ତି ।

5th Phase Voting: ସୁବର୍ଣ୍ଣପୁରରେ ମତଦାନ ଜାରି

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ସକାଳ 7ଟାରୁ ମତଦାନ କରୁଛନ୍ତି ଭୋଟର । ଜିଲ୍ଲାର ସମସ୍ତ 6 ଗୋଟି ବ୍ଳକରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଉଲୁଣ୍ଡା ବ୍ଳକରେ ଅନ୍ତିମ ମତଦାନ ଚାଲୁଛି । 234ଟି ବୁଥରେ ଦୁଇଟି ଜିଲ୍ଲା ପରିଷଦ ଆସନ ,17 ଗୋଟି ସରପଞ୍ଚ ଓ 17 ଗୋଟି ସମିତି ସଭ୍ୟ ସହିତ ଶତାଧିକ ୱାର୍ଡ ସଭ୍ୟ ପାଇଁ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଅଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା ଓ ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.