ସୁବର୍ଣ୍ଣପୁର: ହାତରେ ଭିକ୍ଷା ଥାଳି ସାଙ୍ଗକୁ ନିରୀହ ଦୁଇ ନାତି ନାତୁଣୀଙ୍କୁ ଧରି ଭିକ ମାଗୁଛନ୍ତି ବୃଦ୍ଧ । ଭିକ ମାଗିବାକୁ କାହାକୁ ବା ଭଲ ଲଗେ । କିନ୍ତୁ କରିବେ ବା କଣ । ଭିକ୍ଷାବୃତ୍ତି କରିବାକୁ ଆତ୍ମସମ୍ମାନ ବାଧା ଦେଉଥିଲେ ମଧ୍ୟ ରୋଗୀଣା ପୁଅ ପାଇଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ବୃଦ୍ଧ । ତାଙ୍କର ରୋଜଗାରିଆ ରୋଗିଣା ପୁଅକୁ ବଞ୍ଚାଇବା ପାଇଁ ଭିକ୍ଷା କରୁଛନ୍ତି ଏମାନେ ।
ଏ କରୁଣ ଦୃଶ୍ୟଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଗ୍ରାମର । ଗାଁର ଦଶରଥ ମେହେର ତାଙ୍କ ପୁଅ ସୌମିତ୍ରୀକୁ ବଞ୍ଚାଇବା ପାଇଁ ସାଙ୍ଗରେ ନାତି ନାତୁଣୀଙ୍କୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ସୌମିତ୍ରୀ ଆଜକୁ ଦୁଇ ବର୍ଷ ଧରି କ୍ୟାନସରରେ ପୀଡିତ ଅଛନ୍ତି । ସେ ବମ୍ବେ ଯାଇ 9 ମାସ ରହି ସାମାନ୍ୟ ଭଲ ହେଇଥିଲେ । ଡାକ୍ତର ତାଙ୍କୁ ଦୁଇ ମାସ ପରେ ଆସିବା ପାଇଁ କହିଥିଲେ । କିନ୍ତୁ ତାଙ୍କ ପାଖରେ ଯାହା କିଛି ସମ୍ବଳ ଥିଲା ସେସବୁ ଔଷଧ ଖର୍ଚ୍ଚରେ ସରିଯାଇଛି ।
ବର୍ତ୍ତମାନ ପୁରା ପରିବାରଙ୍କ ନିକଟରେ ଔଷଧ ଖର୍ଚ୍ଚ ତ ଦୂରର କଥା ଖାଇବା ପାଇଁ ମଧ୍ୟ କିଛି ନାହିଁ । ଏବେ ପୁଅକୁ ବଞ୍ଚାଇବା ପାଇଁ ଘର ଘର ବୁଲି ଭିକ୍ଷା ନିରୀହ ବୁଢା ବାପା । ଗାଁ ଲୋକେ ବି ଏକତ୍ରିତ ହୋଇ କିଛି କିଛି ସହଯୋଗ କରିଛନ୍ତି । ହେଲେ ଯାହା କିଛି ବି ମିଳିଛି ସମୁଦ୍ରକୁ ଶଙ୍ଖେ । ଗାଁର ଏହି ଦୃଶ୍ୟକୁ ଦେଖିଲେ ଆଖିରୁ ନିଶ୍ଚିତ ଭାବେ ଲୁହ ଝରି ପଡିବ । ଆପଣମାନେ ଚାହିଁଲେ ବି ସୌମିତ୍ରୀଙ୍କୁ ସହଯୋଗର ହାତ ବଢାଇ ପାରିବେ । ତାଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ ନିମ୍ନ ଲିଖିତ ଠିକଣାରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ । ହୁଏତ ଆପଣଙ୍କ ସାହାଯ୍ୟରେ ସୌମିତ୍ରୀଙ୍କ ଜୀବନ ବଞ୍ଚି ଯାଇପାରିବ ।
STATE BANK OF INDIA
SOBUAGINI MEHER
A/C-35160764327
IFSE CODE - SBIN0007079
PHONEPE No-9937695342
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ