ସୁବର୍ଣ୍ଣପୁର: ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଅଭିଯୋଗ । ଜିଲ୍ଲାର ବିରମହାରାଜପୁର ଥାନା ଅନ୍ତର୍ଗତ ବୈରାଗୀପାଲି ଗାଁରେ ହତ୍ୟାକାଣ୍ଡ । ବାପ ପୁଅଙ୍କ ଭିତରେ ଘରୋଇ କଳିରୁ ବଚସା ହୋଇଥିଲା। ଯାହାକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି।
ମୃତ ବାପା 68 ବର୍ଷୀୟ ଗଣ୍ଡା ଘୁଟା ବୋଲି ଜଣାପଡିଛି । ଏହି ଘଟଣା ପରେ ଅଭିଯୁକ୍ତ ପୁଅ ଜଗମୋହନ ଓରଫ ଚାନ୍ଦୁ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଛି। ବିରମହରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟାକାଣ୍ଡର ଅନୁସନ୍ଧାନ କରୁଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ