ETV Bharat / state

ହାତୀ ଉପଦ୍ରବରେ ଅତିଷ୍ଠ ଚାଷୀ; କ୍ଷତିପୂରଣ ଦାବି କରି ଧାରଣାରେ ଚାଷୀ - ହାତୀ ଉପଦ୍ରବ

ସୁବର୍ଣ୍ଣପୁର ଜିଲ୍ଲାରେ ଦିନୁକ ଦିନ ବଢୁଛି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ପଲ ପଲ ହାତୀ ଆସି ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରୁଛନ୍ତି । ଏ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଚାଷୀଙ୍କ ବନବିଭାଗ ଅଫିସ ଘେରାଉ
ଚାଷୀଙ୍କ ବନବିଭାଗ ଅଫିସ ଘେରାଉ
author img

By

Published : Apr 12, 2021, 12:07 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ଦଳ ଦଳ ହୋଇ ହାତୀ ପଲ ଆସି ଚାଷୀ ହନ୍ତସନ୍ତ ହେଉଛନ୍ତି ଚାଷୀ । ଏ ନେଇ ବନବିଭାଗ ନୀରବ ଥିବା ଅଭିଯୋଗ କରି ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଚାଷୀ ।

ହାତୀ ଉପଦ୍ରବରେ ଅତିଷ୍ଠ ଚାଷୀ

ବିଶେଷକରି ଉଲୁଣ୍ଡା , ସୋନପୁର ଓ ବିନିକା ରେଞ୍ଜରେ ଲୋକେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇଛନ୍ତି । ହାତୀ ପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀମାନେ ସଚେତନ ନ ଥିବା ଅଭିଯୋଗ ହୋଉଛି । ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ଦଳ ଗଠନ କରାଯାଇଛି । ହେଲେ ଟ୍ରାକିଂ ଦଳ ହାତୀଙ୍କ ଗତି ଉପରେ ଲୋକଙ୍କୁ ସଚେତନ କରୁ ନ ଥିବା ଅଭିଯୋଗ ହୋଇଛି ।

ଗତ ସପ୍ତାହରୁ ଅଧିକ ଦିନ ହେବ ବିନିକା ବ୍ଳକ ମଣିଗାଁ ,ଗଣେଶପୁର ,ଗୁଲାପଡା ଓ ଝରାପଡାରେ ହାତୀପଲ ବ୍ୟାପକ ଉପଦ୍ରବ କରୁଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳରେ ହୋଇଥିବା ଶହ ଶହ ଏକର ରବି ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲରେ ସ୍ଥାୟୀ ଭାବେ ହାତୀମାନେ ରହୁଥିବା ବେଳେ ଆଖପାଖ ଅଞ୍ଚଳରେ ଉପଦ୍ରବ କରିବା ସହିତ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।

ତେବେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀମାନେ ଯତ୍ନବାନ ହେଉ ନ ଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି କରିବା ଓ ହାତୀ ଘଉଡାଇବା ପାଇଁ ଯତ୍ନବାନ ହେବା ନେଇ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ସମସ୍ୟାର ସମାଧାନ ନ କରାଗଲେ ଆଗକୁ ବନବିଭାଗ ଆଗରେ ତାଲା ପକେଇବାକୁ ଧମକ ଦେଇଛନ୍ତି ଚାଷୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.