ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗତ ବନ୍ୟାରେ ଭୟଙ୍କର ଭାବେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ହୀରାକୁଦ ଜଳସେଚିତ ଅଞ୍ଚଳ ଡୁଙ୍ଗୁରିପାଲି ବ୍ଲକରେ ଅଙ୍ଗ ନଦୀର ବନ୍ୟାପାଣି ମାଡିଯାଇ ଶହ ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
ଅଙ୍ଗ ନଦୀର ବନ୍ୟାପାଣି ପ୍ରଖର ସ୍ରୋତରେ ଧାନଗଛ ସବୁ ଧୋଇ ନେଇଥିଲା । ଯାହା ବି କିଛି ଥିଲା ପାଣି ଜମି ରହିବା ଫଳରେ ଧାନଗଛ ସବୁ ସଢ଼ି ଯାଇଛି । ଏଯାଏଁ ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ବି କରାଯାଇ ପାରି ନାହିଁ ।
ଜିଲ୍ଲାରେ ତେଲ ନଦୀ, ମହାନଦୀ ଓ ଅଙ୍ଗନଦୀର ବନ୍ୟାରେ ପ୍ରାୟ 320 ହେକ୍ଟରରୁ ଅଧିକ ଚାଷ ଜମି ନଷ୍ଟ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି । ତେବେ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ