ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ - collector statement on mega irrigation project

ବୁଧବାର ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାଣି ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ  ମରାଡୁଗୋଛାର ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 24, 2019, 1:54 PM IST

ସୁବର୍ଣ୍ଣପୁର: ବିଭିନ୍ନ ଦାବି ନେଇ ମରାଡୁଗୋଛାର ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ମରାଡୁଗୋଛାର ଚାଷୀମାନେ ମରାଡୁଗୋଛା ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାଣି ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଅନୁଯାୟୀ, ମରାଡୁଗୋଛା ପରି ପଥୁରିଆ ଅଂଚଳରେ ଚାଷଜମିକୁ ଜଳସେଚନ କରିବା ଲକ୍ଷ୍ୟରେ ଗୁଞ୍ଚିମୁଣ୍ଡାଠାରେ 14 କୋଟି ଟଙ୍କା ବ୍ୟୟରେ ଏକ ମେଗା ଉଠା ଜଳସେଚନ ପ୍ରତିଷ୍ଠା କରାଯାଇଥିଲା । ହେଲେ ଏହି ପ୍ରକଳ୍ପର ଅଧିକାଂଶ ପାଇପ ଲାଇନ କାର୍ଯ୍ୟକ୍ଷମ ହେଉ ନ ଥିବାବେଳେ ମରାଡୁଗୋଛାର ଚାଷୀଙ୍କ ଚାଷ ଜମିକୁ ପାଣି ମାଡିପାରୁନାହିଁ ।

ତ୍ରୁଟିପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ତେବେ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନ ଥିବାବେଳେ ଚାଷୀମାନେ ପାଣି ପାଉ ନ ଥିବାରୁ ଚାଷଜମି ମରୁଡିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଫଳରେ ବୁଧବାର ଚାଷୀନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଚାଷୀ ପଟାଭାଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଚାଷଜମିକୁ ଏବେ ଉତ୍କଟ ମରୁଡିରୁ ରକ୍ଷା କରିବା ପାଇଁ ପାଣି ଯୋଗାଇ ଦେବାକୁ ଦାବି କରିଥିଲେ ।

ଏପଟେ ଜିଲ୍ଲାପାଳ ମନୀଷା ବାନାର୍ଜି ଚାଷୀଙ୍କ ଦାବିକୁ ହୃଦୟଙ୍ଗମ କରି ଚାଷୀଙ୍କ ସହିତ ନିଜ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି । ମେଗା ଜଳସେଚନ ପ୍ରକଳ୍ପ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କୁ ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସବୁ ଦିନିଆ ଜଳସେଚନ ପାଇଁ ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିବା ସହିତ ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଦାବି ପୂରଣ ପାଇଁ ଚାଷୀଙ୍କ ତରଫରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

testing 456

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.