ETV Bharat / state

ଧାନ ବିକ୍ରିକୁ ନେଇ ବଢୁଛି ଅସନ୍ତୋଷ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଧାନ ବିକ୍ରିକୁ ନେଇ ସୁବର୍ଣ୍ଣପୁରରେ ବଢୁଛି ଚାଷୀ ଅସନ୍ତୋଷ । ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଚାଷୀ । ଅଧିକ ପଢନ୍ତୁ

author img

By

Published : May 7, 2023, 2:13 PM IST

ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ
ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ
ଧାନ ବିକ୍ରିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ

ସୁବର୍ଣ୍ଣପୁର: ଜିଲ୍ଲାରେ ଚାଷୀ ଅସନ୍ତୋଷ ଦିନକୁ ଦିନ ବଢି ଚାଲିଛି । ଲୁହ ଲହୁକୁ ଏକ କରି ଚାଷୀ ଯାହା କିଛି ବି ଉତ୍ପାଦନ କରୁଛି ତାର ଉଚିତ ମୂଲ୍ୟ ପାଉ ନ ଥିବା ଅଭିଯୋଗ ହେଉଛି । ବିଶେଷକରି ଉଭୟ ଖରିଫ ଓ ରବି ଋତୁ ଧାନ ବିକ୍ରିବଟାରେ ଚାଷୀ ପେଶି ହେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହିତ ମିଲର୍ସ ମାନଙ୍କ ସଲାସୁତୁରା ଯୋଗୁଁ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରିରେ ଅସହ୍ୟ କ୍ଷତି ସାହୁଥିବା ଅଭିଯୋଗ କରିଛି । କେତେବେଳେ ରାଜସ୍ବ ଅଧିକାରୀ ତ ଆଉ କେତେବେଳେ ବିଧାୟକ, ସାଂସଦଙ୍କୁ କାକୁତି ମିନତି କରି ନିଜ ସମସ୍ୟା ସମାଧାନ କରୁଥିବା ବେଳେ ଅଧିକାରୀ ଅବା ରାଜନୈତିକ ନେତା କିନ୍ତୁ ଚାଷୀ ପ୍ରତି ସମ୍ବେଦନଶୀଳ ନୁହେଁ ବୋଲି ଚାଷୀ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ ବାଢ଼ିଛି । ଚାଷୀମାନେ ଅଭିଯୋଗ କରି କହିଛନ୍ତି,"ଲାଭଖୋର ମିଲର୍ସମାନଙ୍କୁ ସୁହାଇବା ପରି ଧାନକ୍ରୟ ବ୍ୟବସ୍ଥା ତିଆରି କରିବା ଓ ଜିଲ୍ଲା ପ୍ରଶାସନର ରାଜସ୍ବ ଅଧିକାରୀଙ୍କ ପକେଟ ଗରମ କରିବା ପାଇଁ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଉଛି । ଧାନ କ୍ରୟରେ ବ୍ୟାପକ ଅନିୟମିତତା, ଚାଷୀ ପଞ୍ଜିକରଣରେ ବ୍ୟାପକ ହେରଫେର ଏବଂ ଭାଗଚାଷୀଙ୍କ ଧାନ ବିକ୍ରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉନାହିଁ ।"

ଚାଷୀ ପ୍ରତିନିଧିଙ୍କୁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ସାମିଲ ନକରି ରାଜନୈତିକ ନେତା, ରାଜସ୍ବ ଅଧିକାରୀ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କର୍ମଚାରୀ ଓ ମିଲର୍ସମାନଙ୍କୁ ନେଇ ଧାନ କ୍ରୟ ସଂପର୍କରେ ନିଷ୍ପତ୍ତି ନିଆଯାଉଛି । ତେବେ ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳରେ ତଳିମୁଣ୍ଡକୁ କେନାଲ ପାଣି ଯୋଗାଇ ଦେବା, ନର୍ଦ୍ଧାରିତ ସମୟରେ ହୀରାକୁଦ ଜଳସେଚିତ ଅଂଚଳକୁ ପାଣି ଯୋଗାଇ ଦେବା, ପଡୋଶୀ ଜିଲ୍ଲା ଗୁଡିକର ମିଲର୍ସମାନଙ୍କୁ ଧାନ କ୍ରୟରେ ସାମିଲ କରିବା, ସାଧୁତାର ସହିତ ଚାଷୀ ପଞ୍ଜିକରଣ କରିବା ତଥା ଚାଷୀଙ୍କ ପାଖରୁ ଆଦାୟ କରୁଥିବା ବଜ଼ାର ଟିକସରେ କ୍ରୟ କେନ୍ଦ୍ର ଗୁଡିକର ଭିତ୍ତିଭୂମୀର ବିକାଶ କରିବା ପାଇଁ ଦାବି ହୋଇଛି । ଶନିବାର ସ୍ଥାନୀୟ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ କୃଷି ଓ କୃଷକର ଉନ୍ନତି ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାରେ ବିଶାଳ ଚାଷୀ ଆନ୍ଦୋଳନ ହେବ ଓ ଏଥିପାଇଁ ପ୍ରଶାସନ ତଥା ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.