ETV Bharat / state

ଜଳସେଚନ ପ୍ରକଳ୍ପ ଚୋରି ଅଭିଯୋଗ, ପୋଲିସର ଦ୍ବାରସ୍ଥ ହେଲେ ଚାଷୀ - ଜଳସେଚନ ପ୍ରକଳ୍ପ

ସୁବର୍ଣ୍ଣପୁରର ସହେଲା ପଞ୍ଚାୟତରେ ଜଣେ ଚାଷୀଙ୍କ ଜଳସେଚନ ପ୍ରକଳ୍ପକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଜଳସେଚନ ପ୍ରକଳ୍ପ ଚୋରି ଅଭିଯୋଗ, ପୋଲିସର ଦ୍ବାରସ୍ଥ ହେଲେ ଚାଷୀ

author img

By

Published : Apr 13, 2021, 11:54 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁରେ ଏକ ଜଳସେଚନ ପ୍ରକଳ୍ପ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଯୋଗକାରୀ ପୋଲିସ ନିକଟରେ ଅନୁରୋଧ କରିଛନ୍ତି ।

ଜଳସେଚନ ପ୍ରକଳ୍ପ ଚୋରି ଅଭିଯୋଗ, ପୋଲିସର ଦ୍ବାରସ୍ଥ ହେଲେ ଚାଷୀ

ଗ୍ରାମର ଚାଷୀ ଶଙ୍କର ପାଣ୍ଡେଙ୍କ ମା'ଙ୍କ ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ତାଙ୍କ ଜମିକୁ ପାଣି ମାଡୁ ନ ଥିବା ଅଭିଯୋଗ ହୋଇଛି । ତାଙ୍କ ମା' ଭଗବତୀ ପାଣ୍ଡେଙ୍କ ନାଁରେ ଚାଷ ଜମି ରହିବା ସହିତ ବିଦ୍ୟୁତ ବିଲ ମଧ୍ୟ ଆସୁଛି । ହେଲେ ଶଙ୍କର ନିଜ ଜମିକୁ ଜଳସେଚନ କରିବାରୁ ବଞ୍ଚିତ ହେଉଛନ୍ତି । ଗାଁର ରାଜିନ୍ଦ୍ର ସାହା ନାମକ ବ୍ୟକ୍ତି ଶଙ୍କରଙ୍କ ମା'ଙ୍କ ଜାଲ କାଗଜ ପତ୍ର ତିଆରି କରି ଏକ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି ।

ହେଲେ ବିଦ୍ୟୁତ ବିଲ ଭଗବତୀ ପାଣ୍ଡେଙ୍କ ନାଁରେ ଆସିବା ପରେ ଶଙ୍କର ତାଙ୍କର ଏକ ଉଠା ଜଳସେଚନ ପ୍ରକଳ୍ପ ରହିଥିବା ଜାଣିବାକୁ ପାଇଥିଲେ । ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ବିଦ୍ୟୁତ ବିଭାଗ ତାଙ୍କ କଥା ନ ଶୁଣି ବାରମ୍ବାର ବିଦ୍ୟୁତ ବିଲ ଦେଉଛନ୍ତି । ତେବେ ଜାଲ କାଗଜପତ୍ର ବଳରେ ସରକାରୀ କର୍ମଚାରୀଙ୍କୁ ହାତେଇ ଭଗବତୀଙ୍କ ନାଁରେ ଜଳସେଚନ ପ୍ରକଳ୍ପ କେଉଁ ପରିସ୍ଥିତିରେ ତିଆରି ହେଲା ତାହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ବଳଦେବ ବେଦବାଗ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.