ETV Bharat / state

କଇଁଫୁଲ ଯାତ୍ରା ଆରମ୍ଭ, ନିଆଁରେ ଚାଲିଲେ ଶତାଧିକ ମାନସିକଧାରୀ

author img

By ETV Bharat Odisha Team

Published : Oct 31, 2023, 11:14 AM IST

ତନ୍ତ୍ରପୀଠ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଯାଇଛ କଇଁଫୁଲ ଯାତ୍ରା । ନିଆଁର ଶୀତଳତା ଅନୁଭବ କଲେ ଶତାଧିକ ଶ୍ରଦ୍ଧାଳୁ। ଅଧିକ ପଢନ୍ତୁ

ତନ୍ତ୍ରପୀଠ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଯାଇଛ କଇଁଫୁଲ ଯାତ୍ରା

ସୁବର୍ଣ୍ଣପୁର: ତନ୍ତ୍ରପୀଠ ଭାବେ ପ୍ରସିଦ୍ଧ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଯାଇଛି କଇଁଫୁଲ ଯାତ୍ରା । ଏହି ଯାତ୍ରପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର । ଏହି ପ୍ରସିଦ୍ଧ ଯାତ୍ରାରେ ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି ଶତାଧିକ ଶ୍ରଦ୍ଧାଳୁ । ମାତ୍ର ମାନସିକଧାରୀଙ୍କ ଗୋଡ଼ ପୋଡେ ନାହିଁ । ବରଂ ଶ୍ରଦ୍ଧାଳୁ ନିଆଁର ଶୀତଳତାକୁ ଅନୁଭବ କରିଥାଏ । ଏଭଳି ଏକ ଯାତ୍ରା ତନ୍ତ୍ରପୀଠ ସୁବର୍ଣ୍ଣପୁରରେ ପାଳିତ ହୁଏ । ଯାହା ନିଆଁମଡା ଅବା କଇଁଫୁଲ ଯାତ୍ରା ଭାବେ ବେଶ ପ୍ରସିଦ୍ଧ ଲାଭ କରିଛି । ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ସହରର ଖଦାଳପଡ଼ାରେ ଏହି ଯାତ୍ରା ପାଳନ କରାଯାଏ । ତାନ୍ତ୍ରିକ ପଦ୍ଧତିରେ ପାଳିତ ହେଉଥିବା ଏହି ଯାତ୍ରାରେ ଅଗ୍ନି ସ୍ତମ୍ଭନ ମନ୍ତ୍ରର ପ୍ରୟୋଗ ହୋଇଥାଏ । ଫଳରେ ନିଆଁର ପ୍ରକୋପ ଶାନ୍ତ ହେବା ସହିତ ନିଆଁ ଶୀତଳତା ପ୍ରଦାନ କରିଥାଏ ବୋଲି ବିଶ୍ବାସ ରହିଛି ।

ଏହି ପର୍ବରେ ବରୁଆ ବା ଦୈବୀଶକ୍ତି ପ୍ରକଟିତ ହେଉଥିବା ଲୋକଟି ଅବା ମହିଳା ଜଣକ ଜଳନ୍ତା ଅଙ୍ଗାର ଉପରେ ଚାଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ନିଆଁ ଉପରେ ଚାଲି ନିଆଁର ଶୀତଳତାକୁ ଅନୁଭବ କରିଥାଆନ୍ତିି । ସହରର ଐତିହାସିକ ମହାବଳୀଯାତ୍ରା ପାଳନ ପରେ ପରେ ହିଁ ଖଦାଳ ପଡ଼ାର ଠାକୁରାଣୀ ମନ୍ଦିରରେ ଏହି ପର୍ବ ପାଳନ କରାଯାଏ । ପ୍ରାୟ 3 ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ପ୍ରାଚୀନ ଧୂନକେଲ ବାଦ୍ୟ ବି ବ୍ୟବହାର ହୋଇଥାଏ । ଯାତ୍ରାର ଦ୍ୱିତୀୟ ଦିନ ସଂଧ୍ୟାରେ ଠାକୁରାଣୀଙ୍କ ପୂଜା ଆରାଧନା କରିବା ପରେ ବରୁଆ ଆସେ । ତାନ୍ତ୍ରିକ ପଦ୍ଧତିରେ ବରୁଆ ଉପରେ ମନ୍ତ୍ରୀତ ପୁଷ୍ପ ଓ ଅରୁଆ ଚାଉଳର ପ୍ରୟୋଗ ପରେ ବରୁଆ ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ । ଷୋହଳ ବର୍ଣ୍ଣି ବାଦ୍ୟର ତାଳେ ତାଳେ ବରୁଆ ଝୁମି ଉଠି ପରେ ଉଦଣ୍ଡ ନୃତ୍ୟ କରେ । ପୂଜକ ଓ ପୂଜକଙ୍କ ସହାୟକମାନେ ବରୁଆକୁ ନିଆଁମଡା ଯାତ୍ରା ପଡ଼ିଆକୁ ଯିବା ପାଇଁ ଗୁହାରି କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ଧୁମଧାମରେ ପାଳିତ ହେଲା ଖଣ୍ଡୁଆଳ ଯାତ୍ରା, ଆଦିବାସୀ ଗୀତ ତାଳେତାଳେ ଝୁମିଲେ ଦର୍ଶକ

ନିଆଁମଡା ପଡ଼ିଆରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଙ୍ଗାର ଉପରେ ବରୁଆ ପୂର୍ବ ପଶ୍ଚିମ ପ୍ରାୟ ତିନିଥର ଚାଲେ । ପରେ ପରେ ହଜାର ହଜାର ଶ୍ରଦ୍ଧାଳୁ ସେହି ଅଂଗାର ଉପରେ ଚାଲି ନିଆଁର ଶୀତଳତାକୁ ଅନୁଭବ କରିଥାନ୍ତି । ନିଆଁମଡା ପର୍ବରେ ନିଆଁ ଉପରେ ଚାଲିଲେ କୋଟି ଜନ୍ମର ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ତେଣୁ ହଜାର ହଜାର ଶ୍ରଦ୍ଧାଳୁ ନିଆଁଁମଡା ଯାତ୍ରାରେ ସାମିଲ ହୋଇ ଦେବୀ ଠାକୁରାଣୀଙ୍କ କୃପା ଲାଭ କରିବା ସହିତ ଜଳନ୍ତା ଅଙ୍ଗାର ଉପରେ ଚାଲିଥାଆନ୍ତି । ଚଳିତ ବର୍ଷ ନିଆଁଁମଡା ଯାତ୍ରା ମହାସମାରୋହରେ ପାଳନ କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଦେବୀ ଠାକୁରାଣୀଙ୍କ ଦର୍ଶନ କରିବା ସହିତ ଜଳନ୍ତା ଅଙ୍ଗାର ଉପରେ ଚାଲି ଦେବୀ କୃପା ଲାଭ କରିବାର ସୁଯୋଗ ନେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.