ETV Bharat / state

ପାର୍କରେ କାମ କରୁଥିଲେ ମହିଳା, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

author img

By ETV Bharat Odisha Team

Published : Sep 25, 2023, 12:40 PM IST

ସୁବର୍ଣ୍ଣପୁରର ୫୭ ନମ୍ବର ଜାତୀୟ ରାଜପଥରେ ଥିବା ଏକ ସ୍ମାର୍ଟ ପାର୍କରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ । ଅଧିକ ପଢନ୍ତୁ

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ସ୍ମାର୍ଟ ପାର୍କରେ ଅଘଟଣ । ପାର୍କ ପରିସରରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ । ଏଭଳି ଘଟଣା ଘିଟିଛି ସୁବର୍ଣ୍ଣପୁରର ୫୭ ନମ୍ବର ଜାତୀୟ ରାଜପଥରେ ଥିବା ଏକ ସ୍ମାର୍ଟ ପାର୍କରେ । ତେବେ ମୃତ ମହିଳା ଜଣକ ଖଦାଲପଡ଼ାର ବାସନ୍ତୀ ଦାସ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଏହି ପାର୍କରେ ବାସନ୍ତୀ ଗତ କିଛି ଦିନ ହେଲା ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ପାର୍କ ଭିତରେ ଲଗାଯାଇଥିବା ବିଭିନ୍ନ ପ୍ରକାରର ଛୋଟ ଛୋଟ ଗଛଗୁଡ଼ିକର ଯତ୍ନ ନେବା ସହିତ ପାର୍କ ରାସ୍ତା ଝାଡ଼ୁ କରିବା, ଘାସ ଲଟା ଆଦି ଅନାବନା ଗଛ ସଫା କରିବା ,ଗଛ ଗୁଡିକରେ ପାଣି ଦେବା ସହିତ ଆବଶ୍ୟକ ରାସାୟନିକ ସାର ,କୀଟନାଶକ ଔଷଧ ସିଂଚନ କରିବା ଆଦି କାର୍ଯ୍ୟରେ ନିୟୋଜିତ ଥିଲେ । ହେଲେ ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ବାସନ୍ତି ସ୍ମାର୍ଟ ପାର୍କ ଯାଇ ନିଜ କାର୍ଯ୍ୟ କରିଥିଲେ । ହେଲେ କାର୍ଯ୍ୟ କରୁଥିବା ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ସେଠାରେ ଥିବା ଦିନ ମଜୁରିଆ ଓ କର୍ମଚାରୀମାନେ ତତକ୍ଷଣାତ୍ ବାସନ୍ତୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବାଟରେ ଛକିଥିଲା ମୃତ୍ୟୁ ! ପାଣି ଆଣି ଫେରୁଥିବା ବେଳେ ମହିଳାଙ୍କ ଉପରେ ଛିଣ୍ଡିଲା ବିଦ୍ୟୁତ୍‌ ତାର

ଅନ୍ୟପଟେ ବାସନ୍ତୀଙ୍କ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଓ ପଡ଼ାବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିଥିଲେ । ଚିକିତ୍ସାଳୟ ପରିସରରେ ଏନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବାସନ୍ତୀଙ୍କ ପରିବାର ବର୍ଗ ଓ ପଡାବାସୀ ବାସନ୍ତୀଙ୍କ ମୃତ୍ୟୁ ପାଇଁ ସଦର ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବାସନ୍ତୀଙ୍କ ସ୍ୱାମୀ ଚନ୍ଦ୍ର ମହାରଣା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ତିନୋଟି ସନ୍ତାନ ରହିଛନ୍ତି । ତେବେ ତାଙ୍କ ପିଲାଛୁଆଙ୍କ ଭବିଷ୍ୟତ ଗଠନ ଓ ପାଠପଢ଼ା ପାଇଁ ତାଙ୍କ ପରିବାରର ଜଣକୁ ପୌର ପରିଷଦରେ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ତେବେ ଦାବି ପୂରଣ ନହେଲେ ଆଗକୁ ଭୟାବହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବାସନ୍ତୀଙ୍କ ମୃତ୍ୟୁ ଖବର ସହର ସାରା ପ୍ରଚାର ହୋଇଥିବା ବେଳେ ଏଯାଏଁ ପୌର ପରିଷଦ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ନଥିବାରୁ ବାସନ୍ତୀଙ୍କ ପରିବାର ବର୍ଗ କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.