ETV Bharat / state

ସରକାରୀ ସହାୟତା ଦାବିରେ ଧାରଣାରେ ସ୍ୱାମୀ ପରିତ୍ୟକ୍ତ ମହିଳା

author img

By

Published : Apr 26, 2022, 7:40 PM IST

ଟାଣ ଖରାରେ ବାପା ଛେଉଣ୍ଡ ଶିଶୁମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଅଧିକ ପଢନ୍ତୁ

ସରକାରୀ ସହାୟତା ଦାବିରେ ଧାରଣାରେ ବସିଛନ୍ତି ସ୍ବାମୀ ପରିତ୍ୟକ୍ତ ମହିଳା

ସୁବର୍ଣ୍ଣପୁର: ସହରର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଜିଲ୍ଲାରେ ପ୍ରତାଡିତା ମହିଳା ଓ ବାପା ଛେଉଣ୍ଡ ଶିଶୁମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି । ଟାଣ ଖରାରେ ମଧ୍ୟ ଦାବି ପୂରଣ ହେବା ଆଶାରେ ୧୧ଟି ପରିବାର ଧାରଣାରେ ବସିଛନ୍ତି ।

ଧାରଣାରତ ମହିଳାମାନଙ୍କୁ ତାଙ୍କ ସ୍ବାମୀମାନେ ବିଭିନ୍ନ କାରଣରୁ ଛାଡି ଦେଇଥିବା ବେଳେ ସ୍ବାମୀ ପରିତ୍ୟକ୍ତ ମହିଳାମାନେ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ଅଭିଯୋଗ ହେଉଛି । ଜୀବନରେ କିଛି ସମୟ ସ୍ବାମୀ ସହିତ ସଂସାର କରି ପିଲାଛୁଆ ହେବା ପରେ ପୁରୁଷମାନେ ଏହି ମହିଳାମାନଙ୍କୁ ପରିତ୍ୟାଗ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ସ୍ବାମୀ ପରିତ୍ୟକ୍ତ ମହିଳାମାନେ ପୋଲିସ ଓ ପ୍ରଶାସନର ଦ୍ବାରସ୍ଥ ହୋଇ ବି ନ୍ୟାୟ ପାଇ ପାରୁ ନାହାନ୍ତି ।

ଏପରିକି ସ୍ବାମୀ ମାନଙ୍କ ପାଖରୁ ଆର୍ଥିକ ସହଯୋଗ ପାଉ ନ ଥିବା ବେଳେ ସରକାରୀ ଭାବେ ବି କୌଣସି ଆର୍ଥିକ ସହଯୋଗ ପାଉ ନାହାନ୍ତି । ଫଳରେ ନିଜର ଜୀବନ ଧାରଣ ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଏପରିକି ଛୁଆମାନଙ୍କ ଶିକ୍ଷା ପାଇଁ ବି ଆବଶ୍ୟକ ଖର୍ଚ୍ଚ କରି ପାରୁ ନ ଥିବାରୁ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ବସିଥିବା କହିଛନ୍ତି ।

ତେବେ ଜିଲ୍ଲାରେ ୨୨୭ ଜଣ ମହିଳା ସ୍ବାମୀ ପରିତ୍ୟକ୍ତ ହୋଇ ଜୀବନ ଜିଉଁଥିବା ସରକାରୀ ଭାବେ ରିପୋର୍ଟ ଥିବା ବେଳେ ଜଣେ ହେଲେ ବି କୌଣସି ଆର୍ଥିକ ସହାୟତା ପାଉ ନାହାନ୍ତି । ତେବେ ନିଜ ଭୋଗ ବିଳାସ ପାଇଁ ସ୍ତ୍ରୀକୁ ପରିତ୍ୟାଗ କରି ପୁଣି ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ପୁରୁଷ ମାନଙ୍କୁ ଦଣ୍ଡ ବିଧାନ କରିବା ସହିତ ପରିତ୍ୟକ୍ତ ମହିଳାମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.