ସୁବର୍ଣ୍ଣପୁର: ସହରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ପଟାଭାଡିର ଡାହାଣ ପାର୍ଶ୍ବରେ ସରକାରୀ ଜମି ଜବରଦଖଲ କରି ରଖିଥିବା ଜାଗାକୁ ଉଚ୍ଛେଦ କରିଛି ପୌର ପରିଷଦ । ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ବେଆଇନ ଭାବେ ରଖିଥିବା ସରକାରୀ ଜମି ଛାଡି ଦେବା ପାଇଁ ନୋଟିସ ପ୍ରଦାନ କରାଯାଇଛି ।ଏହାସହ ପୌର ପରିଷଦ ପକ୍ଷରୁ ତୁରନ୍ତ ଜମି ଖାଲି କରିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି ।
ପଟାଭାଡିର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରୁ ଆରମ୍ଭ କରି ନାମ ମଣ୍ଡପ ଯାଏଁ ଲୋକେ ବେଆଇନ ଭାବେ ଘର ଓ ଦୋକାନ ଘର କରିଥିଲେ । ଏବେ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ କାର୍ଯ୍ୟ ପାଇଁ ଜମିର ଆବଶ୍ୟକତାକୁ ଆଖି ଆଗରେ ରଖି ଜବରଦଖଲ ଉଛେଦ କରାଯାଉଛି । ବେଆଇନ ଭାବେ ନିର୍ମାଣ କରିଥିବା ଘର ଓ ଦୋକାନ ଘର କରିଥିବା ଲୋକଙ୍କୁ ଜାଗା ମିଶନ ଜରିଆରେ ଘରଡିହ ଯୋଗାଇ ଦିଆଯାଇଛି । ପ୍ରଶାସନର ସୂଚନା ପରେ କିଛି ଜବରଦଖଲକାରୀ ନିଜ ଘର ନିଜେ ଭାଙ୍ଗିବାରେ ଲାଗିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର