ETV Bharat / state

ଜିଲ୍ଲା ଗଠନର 28 ବର୍ଷ ପରେ ବି ଆସିପାରୁନି ରାଜସ୍ବ ରେକର୍ଡ - ସୁବର୍ଣ୍ଣପୁର ଜିଲ୍ଲା ଗଠନର 28 ବର୍ଷ ପରେ ବି ବଲାଙ୍ଗୀରରୁ ଆସିପାରୁ ନାହିଁ ରାଜସ୍ବ ତଥ୍ୟ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ ଅବସ୍ଥା ବେଶ ଶୋଚନୀୟ ହୋଇ ପଡିଛି । ଆବଶ୍ୟକ ରକ୍ଷଣା ବେକ୍ଷଣ ଓ କର୍ମଚାରୀଙ୍କ ଅଭାବରୁ ଲୋକେ ରାଜସ୍ବ ସୂଚନା ଅବା ରେକର୍ଡ କପି ପାଇପାରୁ ନାହାଁନ୍ତି । ବିଶେଷକରି ଚତୁର୍ଥ ବନ୍ଦୋବସ୍ତର ରେକର୍ଡ ଗୁଡିକ ଅତି ପୁରାତନ ହୋଇଥିବାରୁ ସେଗୁଡିକ ହାତରେ ଧରିଲେ ଗୁଣ୍ଡ ହୋଇ ଯାଉଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର
ସୁବର୍ଣ୍ଣପୁର
author img

By

Published : Dec 15, 2021, 4:48 PM IST

Updated : Dec 15, 2021, 5:23 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ ଅବସ୍ଥା ବେଶ ଶୋଚନୀୟ ହୋଇ ପଡିଛି । ଆବଶ୍ୟକ ରକ୍ଷଣା ବେକ୍ଷଣ ଓ କର୍ମଚାରୀଙ୍କ ଅଭାବରୁ ଲୋକେ ରାଜସ୍ବ ସୂଚନା ଅବା ରେକର୍ଡ କପି ପାଇପାରୁ ନାହାଁନ୍ତି । ବିଶେଷକରି ଚତୁର୍ଥ ବନ୍ଦୋବସ୍ତର ରେକର୍ଡ ଗୁଡିକ ଅତି ପୁରାତନ ହୋଇଥିବାରୁ ସେଗୁଡିକ ହାତରେ ଧରିଲେ ଗୁଣ୍ଡ ହୋଇ ଯାଉଛି ।

ଜିଲ୍ଲା ଗଠନର 28 ବର୍ଷ  ପରେ ବି ଆସିପାରୁ ନାହିଁ: Revenue Record

1993 ମସିହାରେ ଜିଲ୍ଲା ଗଠନ ହେବା (Even after 28 years of formation of Subarnapur district) ପରେ ବି ଆଜିଯାଏଁ ବଲାଙ୍ଗୀର ଜିଲ୍ଲାପାଳଙ୍କ ରେକର୍ଡ ରୁମରୁ ସୁବର୍ଣ୍ଣପୁର ରେକର୍ଡରୁମକୁ ରାଜସ୍ବ ରେକର୍ଡ ଗୁଡିକ ଅଣାଯାଇ ପାରିଲା ନାହିଁ । ଫଳରେ ଜିଲ୍ଲାର ଜନସାଧାରଣ ସାଧାରଣ ରାଜସ୍ବ ସୂଚନା ଓ ରେକର୍ଡ କପି ପାଇଁ 50 କିଲୋମିଟର ଦୂର ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି ।

ଏ ସଂପର୍କରେ ଜିଲ୍ଲା ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ଏବେ ଚୁତୁର୍ଥ ବନ୍ଦୋବସ୍ତର ଯାହାବି ରାଜସ୍ବ ନଥିପତ୍ର ରହିଛି ସେଗୁଡିକ ସ୍କାନ କରି ରଖିବା ପାଇଁ ଦାବି ହେଉଛି । ରେକର୍ଡ ଗୁଡିକ ଅତି ପୁରୁଣା ହୋଇ ଯାଇଥିବାରୁ ରେକର୍ଡ ସବୁ ଚିରି ଯାଉଥିବା ବେଳେ ରେକର୍ଡ ସହକାରୀଙ୍କୁ ରେକର୍ଡ ଖୋଜି ବାହାର କରିବା ପାଇଁ ବେଶ କଷ୍ଟ ସ୍ବୀକାର କରିବାକୁ ପଡୁଛି ।

ତେବେ ପୁରୁଣା ରେକର୍ଡ ଗୁଡିକ ସୁରକ୍ଷା ଦେବା ସହିତ ବଲାଙ୍ଗୀର ଜିଲ୍ଲାରେ ରହିଥିବା ରେକର୍ଡ ସବୁ ଜିଲ୍ଲାକୁ ଆଣିବାକୁ ଦାବି ହେଉଛି କରିଛନ୍ତି ଆଇନଜୀବୀ, ସମାଜସେବୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ ଜିଲ୍ଲାବାସୀ ।

ଏହାକୁ ନେଇ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ କହିଛନ୍ତି ବଲାଙ୍ଗୀର ଜିଲ୍ଲାରେ ଥିବା ରେକର୍ଡ ଗୁଡିକ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Dec 15, 2021, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.