ETV Bharat / state

ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ସହରରେ ରାସ୍ତା କାମ ଆରମ୍ଭ - ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ

ସହରର ପ୍ରୋଗ୍ରେସ ଇନ ପଛରେ ଥିବା ପୂର୍ତ୍ତ ବିଭାଗ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ଏନେଇ ଆମେ ଗତ ଜୁନ 14 ତାରିଖରେ ଖବର ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ହେବାର କିଛି ଦିନ ପରେ ପୂର୍ତ୍ତ ବିଭାଗ ତତ୍ପର ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।

etv-bharat-effect-subarnapur-ward-no-1-road-work-begins-starts
ଖବର ପ୍ରସାରଣ ପରେ ରାସ୍ତା କାମ ଆରମ୍ଭ
author img

By

Published : Jul 9, 2020, 9:20 PM IST

ସୁବର୍ଣ୍ଣପୁର: ସହରର ୱାର୍ଡ ନମ୍ବର-1ର ପୂର୍ତ୍ତ ବିଭାଗର ରାସ୍ତା ମରାମତି କାମ ଆରମ୍ଭ ହୋଇଛି । ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ରାସ୍ତା କାମ ଆରମ୍ଭ କରିଛି । ସହରର ପ୍ରୋଗ୍ରେସ ଇନ ପଛରେ ଥିବା ପୂର୍ତ୍ତ ବିଭାଗ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ରାସ୍ତାରେ ଆଣ୍ଠୁଏ ଡ୍ରେନ ପାଣି ଜମି ରହୁଥିଲା।

ଖବର ପ୍ରସାରଣ ପରେ ରାସ୍ତା କାମ ଆରମ୍ଭ

ତେବେ ରାସ୍ତାରେ ଜମି ରହୁଥିବା ପାଣି ବର୍ଷା ପାଇଁ ନୁହେଁ, ବରଂ ଝୁପୁଡିପଡାର ଅଞ୍ଚଳବାସୀ ବ୍ୟବହାର କରୁଥିବା ଡ୍ରେନ ପାଣି ଆଜିକୁ 6 ମାସରୁ ଅଧିକ ହେଲା ରାସ୍ତା ଉପରେ ଜମି ରହୁଥିଲା। ରାସ୍ତାର ଗୋଟିଏ ପାର୍ଶ୍ୱରେ ଘରୋଇ ପାଚେରୀ ନିର୍ମାଣ ହେଉ ଥିବାରୁ ପାଣି ଆଉ ଅପର ପାର୍ଶ୍ୱକୁ ଯାଇପାରୁ ନ ଥିଲା। ଫଳରେ ଜନସାଧାରଣଙ୍କ ଯାତାୟାତରେ ଘୋର ସମସ୍ୟା ଦେଖା ଦେଇଥିଲା ।

ତେବେ ଜନସାଧାରଣଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ପାଖରେ ଡ୍ରେନ ସମସ୍ୟା ସମାଧାନ ପାଇଁ ଦାବି କରୁଥିଲେ ବି ପୂର୍ତ୍ତ ବିଭାଗ ନୀରବ ଦର୍ଶକ ସାଜି ରହିଥିଲା । ତୁରନ୍ତ ପୂର୍ତ୍ତ ବିଭାଗ ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ଆମ କେମେରା ଆଗରେ ଚେତାବନୀ ଦେଇଥିଲେ । ଏନେଇ ଆମେ ଗତ ଜୁନ 14 ତାରିଖରେ ଖବର ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ହେବାର କିଛି ଦିନ ପରେ ପୂର୍ତ୍ତ ବିଭାଗ ତତ୍ପର ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.