ETV Bharat / state

ବଣାଇରେ ଆତଙ୍କ ଖେଳାଇଛି ଦନ୍ତା: ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି

author img

By

Published : Aug 9, 2023, 10:32 AM IST

ବଣାଇ ଅଞ୍ଚଳରେ ହାତୀ ଆତଙ୍କ । ଗ୍ରାମ ମଝିରେ ଦନ୍ତା ହାତୀ ପଶି ନଷ୍ଟ କରିଛି ଘର । ଧାନ ଚାଉଳ ଖାଇବା ସହ ଫସଲ ହାନୀ କରୁଛି ଦନ୍ତା । ଅଧିକ ପଢନ୍ତୁ

ବଣାଇ ଅଞ୍ଚଳରେ ହାତୀ ଆତଙ୍କ
ବଣାଇ ଅଞ୍ଚଳରେ ହାତୀ ଆତଙ୍କ
ବଣାଇ ଅଞ୍ଚଳରେ ହାତୀ ଆତଙ୍କ

ରାଉରକେଲା: ଦନ୍ତା ହାତୀ ଆତଙ୍କରେ ଆତଙ୍କିତ ବଣାଇ ଅଞ୍ଚଳବାସୀ । ବାରମ୍ବାର ଜଙ୍ଗଲୀ ହାତୀ ଆସିବା କାରଣରୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଗତକାଲି(ମଙ୍ଗଳବାର) ମଧ୍ୟ ହାତୀ ଆତଙ୍କ ଖେଳାଇଛନ୍ତି । ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବିଭିନ୍ନ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଯାଇଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ପୁଣି ସନ୍ଧ୍ୟା ଛଅଟା ସମୟରେ ହାତୀ ଆତଙ୍କରେ ଦେଖିବାକୁ ମିଳିଛି । ଦୁଇଟି ସ୍ଥାନରେ ଦୁଇଟି ଗୋଠ ଛଡା ଦନ୍ତା ହାତୀ ଆସି ଆତଙ୍କ ରଚିଛନ୍ତି । ବଣାଇ ରେଞ୍ଜର ତଳିତା ଗ୍ରାମରେ ଗୋଟିଏ ଦନ୍ତା ହାତୀ ତିନିରୁ ଚାରି ଜଣ ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଥିବା ସୂଚନା ରହିଛି । ସେହିପରି ବଣାଇ ଟୋଲା ଅଞ୍ଚଳରେ ମଧ୍ୟ କିଛି ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । କିଛିଦିନର ବ୍ୟବଧାନ ମଧ୍ୟରେ ପୁଣି ହାତୀ ଆତଙ୍କରେ ଗ୍ରାମବସୀ ଭୟଭୀତ ହେଉଛନ୍ତି ।

ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉ ଥିବା ବେଳେ ଛଣ‌ ଛପର ଘର‌ ଥିବା ଗରିବ ନିରୀହ ଆଦିବାସୀମାନଙ୍କ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବନ ବିଭାଗ ସବୁ ବେଳେ ଆମେ ହାତୀକୁ ଟ୍ରାକ କରିବା ସହ ଘଉଡାଇବାରେ ଫେଲ ମାରୁଛି । ହାତୀ ଆକ୍ରମଣରେ ନିକଟରେ ଜିଲ୍ଲାରେ କାହାର ଜୀବନ ହାନି ହୋଇନଥିବା ସୂଚନା ରହିଛି । ହେଲେ ଗ୍ରାମ ମଧ୍ୟରେ ପଶି ହାତୀ ଆତଙ୍କ ରଚୁଛି । ଗ୍ରାମରେ ବୁଲି ଫସଲ ସହ ଧାନ ଚାଉଳ ଖାଇବା ସହ ସମ୍ପୂର୍ଣ୍ଣ ଅଞ୍ଚଳ ଛାର ଖାର କରିଦେଇଛି ହାତୀ ।

ଅଧିକ ପଢନ୍ତୁ: ବଲାଙ୍ଗୀରରେ ହାତୀ ଆତଙ୍କ, ପୂଜକଙ୍କୁ ଦଳିଦେଲା ଦନ୍ତା

ତିନି ଚାରି ଦିନହେବ ବର୍ଷା ଲାଗି ରହିଥିବା ବେଳେ ହାତୀର ଜନବସତି ମୁହାଁ ଯୋଗୁ ବିତ୍ୟୁତ୍‌ ବିଭାଗ ଘନ୍ ଘନ ଲାଇନ୍ କାଟୁଥିବା ଦେଖିବାକୁ ମିଳିଛି । ରାତି ହେଲା ମାତ୍ରେ ଜଙ୍ଗଲ ଅଞ୍ଚଳରୁ ଜନବସତି ମୁହାଁ ହୋଇ ହାତୀ ଚାଲି ଆସୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.