ETV Bharat / state

ଦନ୍ତାର ଦାନ୍ତ କାଟିନେବା ଘଟଣା; 2 ବନ କର୍ମଚାରୀ ନିଲମ୍ବିତ

author img

By

Published : Nov 21, 2019, 10:01 PM IST

ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ । ତିନିଜଣ ଯୁବକ ଅଟକ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଥିବା ସୂଚନା ।

ଡିଜାଇନ ଫଟୋ

ସୁବର୍ଣ୍ଣପୁର: ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ । ତିନିଜଣ ଯୁବକ ଅଟକ । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଯାଲୋଏ ଫରେଷ୍ଟର ଜନାର୍ଦ୍ଦନ ସ୍ବାଇଁ ଓ କୋଟସମଲାଇ ବନରକ୍ଷୀ ପ୍ରଜ୍ଞା ପରାମିତା ମିଶ୍ରଙ୍କୁ ନିଲମ୍ବନ କରାଯାଇଛି । ଦୁହିଁଙ୍କୁ ଜିଲ୍ଲା ବନ ଅଧିକାରୀ ନିଲମ୍ବିତ କରିଛନ୍ତି ।

ସୁବର୍ଣ୍ଣପୁରରେ ଦନ୍ତାହାତୀ ମୃତ୍ୟୁ ଘଟଣା; ଦୁଇ ବନ କର୍ମଚାରୀ ନିଲମ୍ବିତ, ତିନି ଯୁବକ ଅଟକ

ଲୋକେ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାୟ ସପ୍ତାହେ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବାବେଳେ ଦୁଇଦାନ୍ତ କଟା ଯାଇଥିବାରୁ କେହି ଦୁର୍ବୃତ୍ତ ହାତୀକୁ ଶିକାର କରିଥିବା ସନ୍ଦେହ କରାଯାଇଛି । ତେବେ ମୃତ ହାତୀ ନିକଟରେ ବିଦ୍ୟୁତ ତାର ପଡିଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ତିନିଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ । ସୂଚନା ଥାଉକି, ଗତ ତିନି ବର୍ଷ ତଳେ ଏପରି ବିଦ୍ୟୁତ ଆଘାତରେ ତରଭା ବ୍ଲକରେ ତିନୋଟି ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀଙ୍କୁ ଟ୍ରାକ କରିବାକୁ ଆଠଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିବାବେଳେ ଏପରି ଘଟଣା ବାରମ୍ବାର ହେଉଥିବାରୁ ବନ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ କୋଟ ସମଳାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସାରସଦାଦର ଜଂଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।ହାତୀ ମୃତ୍ୟୁ ମାମଲାରେ ତିନି ଜଣ ଯୁବକକୁ ବନ ବିଭାଗ ଅଟକ ରଖି ପଚରା ଉଚୁରା ଜାରି ରଖିଛି।କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଯାଲୋଏ ଫରେଷ୍ଟର ଜନାର୍ଦ୍ଦନ ସ୍ବାଇଁ ଓ କୋଟ ସମଳାଇ ବନରକ୍ଷୀ ପ୍ରଜ୍ଞା ପରାମିତା ମିଶ୍ରଙ୍କୁ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ନିଲମ୍ବିତ କରିଛନ୍ତି।ଜଙ୍ଗଲରେ ବିଦ୍ୟୁତ ତାର ବିଛେଇ ହାତୀଟିକୁ ହତ୍ୟା କରାଯାଇଥିଲା।ପ୍ରାୟ ଏକ ସପ୍ତାହ ପୁର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ଦୁଇ ଦାନ୍ତ କଟାଯାଇଥିବାରୁ କେହି ଦୁର୍ବୁତ୍ତ ହାତୀଟିକୁ ଶିକାର କରିଥିବା ସନ୍ଦେହ କରାଯାଉଥିଲା ଯାହା ସତ ହୋଇଥିବା ବନ ବିଭାଗ ତଦନ୍ତରୁ ଜାଣିପାରିଛି । ଲୋକେ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀଟିର ମୃତ ଦେହ ଘୋର ଜଙ୍ଗଲ ରେ ପଡିଥିବା ଦେଖିବାକୁ ପାଇଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମୃତ ହାତୀ ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ପଡ଼ି ଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା।Body:ହାତୀଟିର ମୃତ୍ୟୁ ହେବା ପରେ ଶିକାରୀ ଦାନ୍ତ ଦୁଇଟିକୁ କାଟି ନେଇ ଯାଇଥିଲେ।ଗତ ତିନି ବର୍ଷ ତଳେ ଏପରି ବିଦ୍ୟୁତ ଆଘାତରେ ତରଭା ବ୍ଲକ ରେ ତିନୋଟି ହାତୀର ମୃତ୍ୟୁ ହୋଇଥିଲା।ହାତୀଙ୍କୁ ଟ୍ରାକ କରିବାକୁ ଆଠଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଥିବା ବେଳେ ଏପରି ଘଟଣା ବାରମ୍ବାର ହେଉଥିବାରୁ ବନ ବିଭାଗର କାର୍ଯ୍ୟକୁ ନେଇ ଜନ ସାଧାରଣରେ ବିଭିନ୍ନ ଚର୍ଚା ହେଉଛି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.