ETV Bharat / state

ବଣୁଆ ହାତୀ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ କ୍ଷେତ

ରାଜ୍ୟର ସବୁ ସ୍ଥାନରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ତଳି ପଡିଥିବା ଧାନ ଉପରେ ଏବେ ବଣୁଆ ହାତୀଙ୍କ ନଜର ପଡିଛି । ସୁବର୍ଣ୍ଣପୁର ଜିଲ୍ଲାରେ ସୋମବାର ରାତିରେ ବଣୁଆ ହାତୀଙ୍କ ଏକ ପଲ ଆସି ଅନେକ ଚାଷୀଙ୍କ ଧାନ ତଳି ସବୁ ନଷ୍ଟ କରି ଦେଇଛନ୍ତି ।

author img

By

Published : Aug 6, 2019, 2:31 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚଳିତ ବର୍ଷ ବର୍ଷାରେ ଅନିୟମିତତା ପରେ ଫସଲ ଉପରେ ବଣୁଆ ହାତୀଙ୍କର ଉପଦ୍ରବ ଚାଷୀର ନିଦ ହଜାଇ ଦେଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁରେ ହାତୀ ପଶି ଅନେକ ଚାଷ ଜମି ନଷ୍ଟ କରି ଦେଇଛନ୍ତି । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚାଷୀମାନେ ବନକର୍ମଚାରୀଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି ।

ବର୍ଷାକୁ ଅପେକ୍ଷା କରି ଶ୍ରାବଣ ମାସର ବିଦାୟ ନେବା ଉପରେ କିନ୍ତୁ ଇନ୍ଦ୍ର ଦେବତାଙ୍କର କୃପା ଦୃଷ୍ଟି ଏପର୍ଯ୍ୟନ୍ତ ପଡିଲା ନାହିଁ । ତେଣୁ ତଳି ପକା ଏଯାଏଁ ସରି ନାହିଁ । ଯେଣେତେଣେ ପ୍ରକାରେ ଜମିରେ ତଳି ପକାଇଥିବାବେଳେ ହାତୀମାନେ ଆସି ତାକୁ ମଧ୍ୟ ନଷ୍ଟ କରି ପକାଇଛନ୍ତି । ଦିନକୁ ଦିନ ହାତୀ ଉପଦ୍ରବ ବଢି ବଢି ଚାଲିଛି, ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁର ସୁବାଷିନୀ ମନ୍ତ୍ରାଙ୍କର 3ଏକର, ସନ୍ତୋଷ ମେଣ୍ଡିଲିଙ୍କ 8ଏକର, ଛବି ବନଛୋରଙ୍କ 1ଏକର, ଓ ପଞ୍ଚାନନ ମନ୍ତ୍ରାଙ୍କର 1ଏକର ରୁଆ ଜମି ହାତୀ ନଷ୍ଟ କରି ଦେଇଛନ୍ତି । ବଣୁଆ ହାତୀ କରିଥିବା କ୍ଷୟକ୍ଷତିରେ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି ।

ହାତୀ ଉପଦ୍ରବ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି । ଫଳରେ ଉପଖଣ୍ଡ ବନ ବିଭାଗୀୟ କୋଟସମଲାଇ ଶାଖା ବନ କର୍ମଚାରୀଙ୍କୁ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଫସଲ ଅମଳ ସମୟରେ ସିଂହାସନ ଜଙ୍ଗଲରୁ ହାତୀମାନେ ଓହ୍ଲାଇ ଆସି ଫସଲ କ୍ଷତି କରୁଥିବାବେଳେ ଏଥର ତଳି ପକାଇବା ପୂର୍ବରୁ ଚାଷ ଜମି ମାଡି ଦଳି ନଷ୍ଟ କରି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଚଳିତ ବର୍ଷ 2019 ଅନିୟମିତତା ବର୍ଷା ଭିତରେ ଜଙ୍ଗଳୀ ରାଜା ହାତୀ ଙ୍କର ଉପଦ୍ରବ ଯୋଗୁଁ ରାତି ସମୟରେ ଧାନଚାଷ ପାଇଁ ସରକାରୀ ବିହନ ପଲ୍ଲାକୁ ମାଡି ନଷ୍ଟ କରି ଦେଇ ଚାଲିଯାଈଛି । ବର୍ଷା କୁ ଅପେକ୍ଷା କରି ଶ୍ରାବଣ ମାସର ବିଦାୟ ନେବା ଉପରେ ।କିନ୍ତୁ ଇନ୍ଦ୍ର ଦେବତାର ଏ ପର୍ଯ୍ୟନ୍ତ ସହାନୁଭୂତି ଦେଖାଇ ନ ଥିବାରୁ ତଳି ପକା ଏଯାଏଁ ସରି ନାହିଁ।ଏପଟେ ଦିନ ଗଡି ଯାଉ ଥିବା ବେଳେ ଦିନକୁ ଦିନ ହାତୀ ଉପଦ୍ରବ ବି ବଢି ବଢି ଚାଲିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ର କୋଟସମଲାଇ ଗାଁର ଶ୍ରୀମତୀ ସୁଭାସିନୀ ମନ୍ତ୍ରାଙ୍କର 3ଏକର, ଶ୍ରୀଯୁକ୍ତ ସନ୍ତୋଷ ମେଣ୍ଡିଲି ଙ୍କ 8ଏକର,ଛବି ବନଛୁର୍ ଙ୍କ 1ଏକର ରୁଆ ଖେତ , ପଞ୍ଚାନନ ମନ୍ତ୍ରା ଙ୍କ1ଏକର ଜଂଗଲି ହାତୀ ନଷ୍ଟ କରି ଦେଇଛନ୍ତି। ଜଙ୍ଗଳୀ ହାତୀର କ୍ଷୟକ୍ଷତିରେ ଏହି ଚାଷୀ ମାନଙ୍କର ଆଖିରୁ ନିଦ ହଜିଯାଇଛି ।ହାତୀ ଉପଦ୍ରବ ଏ ଅଞ୍ଚଳବାସୀ ଙ୍କୁ ଆତଙ୍କିତ କରିଦେଈଛି ।ଫଳରେ ଉପଖଣ୍ଡ ବନ ବିଭାଗୀୟ କୋଟସମଲାଇ ଶାଖା ବନ କର୍ମଚାରୀଙ୍କୁ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।Body:ଫସଲ ଅମଳ ସମୟରେ ସିଂହାସନ ଜଙ୍ଗଲରୁ ହାତୀମାନେ ଓହ୍ଲାଇ ଆସି ଫସଲ କ୍ଷତି କରୁଥିବା ବେଳେ ଏଥର ତଳି ପକାଇବା ପୂର୍ବରୁ ଚାଷ ଜମି ମାଡି ଦଳି ନଷ୍ଟ କରି ଦେଇଛନ୍ତି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.