ETV Bharat / state

ଗୁଜା ଗାଁରେ ବଣୁଆ ହାତୀ ଆତଙ୍କ: ଆକ୍ରମଣରେ ଜଣେ ଗୁରୁତର, ଭାଙ୍ଗିଲା ଘର

author img

By

Published : Dec 29, 2019, 2:58 PM IST

ଲୁଣ୍ଡା ବନ ବିଭାଗ ଅନ୍ତର୍ଗତ ଗୁଜା ଗାଁରେ ହାତୀ ଆକ୍ରମଣ । ଏଥିରେ ଜଣେ ଗୁରୁତର ହେବା ସହ ଘର ମଧ୍ୟ ଭାଙ୍ଗିଦେଇଛି ।

elephant attack
ହାତୀ ଆକ୍ରମଣରେ ଜଣେ ଗୁରୁତର

ସୁବର୍ଣ୍ଣପୁର: ଉଲୁଣ୍ଡା ବନ ବିଭାଗ ଅନ୍ତର୍ଗତ ଗୁଜା ଗାଁରେ ହାତୀ ଆକ୍ରମଣ । ଏଥିରେ ଜଣେ ଗୁରୁତର ହେବା ସହ ଘର ମଧ୍ୟ ଭାଙ୍ଗିଦେଇଛି । ଏକ ବଣୁଆ ହାତୀ ଗାଁ ମୁଣ୍ଡରେ ଥିବା ଅଶୋକ କେରକେଟାଙ୍କ ଘର ଉପରେ ରାତିରେ ଆକ୍ରମଣ କରିଥିଲା ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ରାତିରେ ଅଶୋକ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ଶୋଇଥିବାବେଳେ ଘର ଉପରେ ଆକ୍ରମଣ କରିଥିଲା ହାତୀ । ଏଥିରେ ଅଶୋକ ଗୁରୁତର ଆହତ ହୋଇଥିଲେ । ଅଶୋକଙ୍କୁ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ବନ ବିଭାଗ ଘଟଣାର ତଦନ୍ତ କରି ଅଶୋକଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ 4 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନ ବିଭାଗ ଅନ୍ତର୍ଗତ ଗୁଜା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହେବା ସହିତ ଘର ଭାଂଗି ଦେଇଛି।ଏକ ବଣୁଆ ହାତୀ ଗାଁ ମୁଣ୍ଡରେ ଥିବା ଅଶୋକ କେରକେଟାଙ୍କ ଘର ଉପରେ ରାତିରେ ଆକ୍ରମଣ କରିଥିଲା।ରାତିରେ ଅଶୋକ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହିତ ଶୋଇଥିବା ବେଳେ ଘର ଉପରେ ଆକ୍ରମଣ କରିଥିଲା।ଅଶୋକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଥିବାରୁ ବନ କର୍ମଚାରୀ ମାନେ ଅଶୋକ କୁ ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତି କରିଥିଲେ।ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି।Body:ପୂର୍ବରୁ ବି ବଣୁଆ ହାତୀ ତାଙ୍କ ଘର ଉପରେ ଦୁଇ ଥର ଆକ୍ରମଣ କରିଥିବା ଜଣାପଡିଛି।ଅଶୋକଙ୍କ ଘର ଗାଁ ମୁଣ୍ଡରେ ଏକୁଟିଆ ଥିବାରୁ ତାଙ୍କ ଘର ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।Conclusion:ବନ ବିଭାଗ ଘଟଣାର ତଦନ୍ତ କରି ଅଶୋକ ଙ୍କୁ ଚକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ 4 ହଜ଼ାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Ready to publish.edited visual.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.