ETV Bharat / state

‘ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର’ - ଶିକ୍ଷା ପ୍ରଣାଳୀ

ସୁବର୍ଣ୍ଣପୁର ସମ୍ମିଳନୀ କକ୍ଷରେ ଶିକ୍ଷା ଅଧିକାର ଆଇନର ଜନଶୁଣାଣି କାର୍ଯ୍ୟକ୍ରମରେ ଶିଶୁଙ୍କ ସିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର । ମଧ୍ୟାହ୍ନ ଭୋଜନ ଠାରୁ ଶିକ୍ଷା ପ୍ରମାଳୀ ଏଥିରେ ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା ।

ଫଟୋ ସୌଜନ୍ୟ-ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 6, 2019, 11:03 PM IST

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିକ୍ଷା ଅଧିକାର ଆଇନର ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ମାମଲା ଗୁଡିକର ଶୁଣାଣି କରିଥିଲେ। ଘରୋଇ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସହିତ ସରକାରୀ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ଅଭାବ, ବିଦ୍ୟାଳୟରେ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ତଥା ବନ୍ଦ ହୋଇ ପଡିଥିବା ବିଭିନ୍ନ ଗାଁର ପ୍ରାଥମିକ ବିଦ୍ୟାଳୟ ଉପରେ କମିଶନ ଶୁଣାଣି କରିଥିଲେ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ସୁବର୍ଣ୍ଣପୁର

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଆଦି ସମସ୍ୟା ମାନ କମିଶନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ଗାଁର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅନିୟମିତତା ତଥା ଛାତ୍ର ଉପସ୍ଥାନ ସଂପର୍କରେ ଥିବା ସମସ୍ୟା ଗୁଡିକ କମିଶନ ଶୁଣି ନିଷ୍ପତ୍ତି ପ୍ରଦାନ କରିଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାର ଶିଶୁ ହିତାଧିକାରୀଙ୍କ ସମେତ ଶିକ୍ଷକ, ଅଭିଭାବକ ଓ ଶିକ୍ଷା ଅଧିକାରୀ ମାନେ ସାମିଲ ହୋଇଥିଲେ ।

ଜିଲ୍ଲାପାଳ ମନୀଷା ବାନାର୍ଜି ଗୋଚରକୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପଳ । ଏହା ବ୍ୟତୀତ ଆସନ୍ତା ଅଗଷ୍ଟ 7 ତାରିଖରୁ ଜିଲ୍ଲାରେ ଶିଶୁ ଶିକ୍ଷା ଅଧିକାର ସଂପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାରେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ସ୍ବେଚ୍ଛାସେବୀ, ଆଇନଜୀବି, ସାମ୍ବାଦିକ ତଥା ବୁଦ୍ଧିଜିବୀ ଓ ବିଦ୍ୟାଳୟ ଶିକ୍ଷା କମିଟିର ସଭ୍ୟମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର ଓ ଏଥିରୁ କେହି ବଞ୍ଚିତ ହେବେ ନାହିଁ ବୋଲି ଉଭୟ ଜିଲ୍ଲାପାଳ ଓ କମିଶନ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.