ସୁବର୍ଣ୍ଣପୁର: ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଚାଲିଛି ଦୁର୍ଗା ପୂଜା । ସୁବର୍ଣ୍ଣପୁର ସହର ସମେତ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗାପୂଜା ଚାଲିଛି ।

ସହର ଥନାପତି ପଡା ଦୁର୍ଗାପୂଜା କମଟି ତରଫରୁ ରୀତିନୀତି ଅନୁଯାୟୀ ପୂଜା ଆରାଧନା କରାଯାଉଛି। ଚଣ୍ଡିପାଠ, ହୋମ ସହିତ ପଣ୍ଡିତ ମାନଙ୍କ ମନ୍ତ୍ରପାଠ ହେଉଛି।

ଏହି ସର୍ବ ପ୍ରାଚୀନ ନବରାତ୍ର ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆବଶ୍ୟକ ପ୍ରଶାସନିକ ଅନୁମତି ଅଣାଯାଇଛି।ପୂଜା ପାଇଁ କଡାକଡି ଭାବେ କୋଭିଡ ନିୟମ ପାଳନ କରାଯାଉଛି।
ଏହି ନବରାତ୍ର ଦୂର୍ଗାପୂଜାର ବିଶେଷତ୍ବ ହେଲା ଯେ ପ୍ରତିଦିନ ମା ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ଏଥର କୋଭିଡ କଟକଣା ଭିତରେ ପୂଜା ଆରାଧନା କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ପୂଜା କମିଟି ପକ୍ଷରୁ ବାରଣ କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ