ETV Bharat / state

ଗନ୍ଧଉଛି ଐତିହାସିକ ସହର ସୁବର୍ଣ୍ଣପୁର, ଗଦା ହୋଇଛି କୁଢ କୁଢ ଅଳିଆ - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ବିଭିନ୍ନ ସ୍ଥାନରେ ପଡି ରହିଛି କୁଢକୁଢ ଅଳିଆ ଆବର୍ଜନା । ପ୍ରତ୍ୟେକ ଦିନ ଆବର୍ଜନା ଓ ବର୍ଯ୍ୟବସ୍ତୁ ଉଠି ପାରୁନଥିବାରୁ ଦୁର୍ଗନ୍ଧରେ ନାକ ଫାଟିଯାଉଛି । ସଫେଇ ପାଇଁ ଠିକାଦାର ମଧ୍ୟ ନିଯୁକ୍ତି ପାଇ ସାରିଛନ୍ତି ହେଲେ ଧରାଛୁଆଁ ଦେଉ ନାହାଁନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର
author img

By

Published : Sep 14, 2019, 11:15 PM IST

ସୁବର୍ଣ୍ଣପୁର: ପୌର ପରିଷଦର ସଫେଇ ପାଇଁ ଟେଣ୍ଡର ମାଧ୍ୟମରେ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏପରିକି ଠିକାଦାର ମଧ୍ୟ ନିଯୁକ୍ତି ପାଇ ସାରିଛନ୍ତି । ହେଲେ ଧରାଛୁଆଁ ଦେଉ ନାହାଁନ୍ତି । ପାଖାପାଖି 15ଟି ୱାର୍ଡ ସଫେଇ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଥିଲେ ବି ସହରରୁ ଉଠୁନି ଆବର୍ଜନା ।

ଯାହାଫଳରେ ସୁବର୍ଣ୍ଣପୁର ବିଭିନ୍ନ ସ୍ଥାନରେ ପଡି ରହିଛି କୁଢକୁଢ ଅଳିଆ ଆବର୍ଜନା । ପ୍ରତ୍ୟେକ ଦିନ ଆବର୍ଜନା ଓ ବର୍ଯ୍ୟବସ୍ତୁ ଉଠି ପାରୁନଥିବାରୁ ଦୁର୍ଗନ୍ଧରେ ନାକ ଫାଟିଯାଉଛି । ପୌର ପରିଷଦର 28 ଜଣ ସଫେଇ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଏବେ ମାଷ୍ଟରରୋଲ ଫର୍ମ ପୂରଣ କରି ଦୈନିକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ଆବଶ୍ୟକ ସଫେଇ କର୍ମଚାରୀ ଅଭାବରୁ ସହରର ବସଷ୍ଟାଣ୍ଡରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଗଦାଗଦା ଆବର୍ଜନା ପଡି ରହୁଛି। ଲୋକେ ପୌର ପରିଷଦ ପାଖରେ ଯେତେ ଅଭିଯୋଗ କଲେ ବି ଆବଶ୍ୟକ ସଫେଇ କର୍ମଚାରୀ ନଥିବାରୁ ସହରର ପରିଷ୍କାର ପରିଛନ୍ନତା ହୋଇପାରୁନାହିଁ ।

ପୌର ପରିଷଦ ତରଫରୁ ସଫେଇ ଠିକାଦାରକୁ ଆବଶ୍ୟକ ସରକାରୀ ଅର୍ଥ ଜମାକାରି 7 ଦିନ ଭିତରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ତିନି ଦିନ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୌର ପରିଷଦ ଯୋଜନା କରିଛି। ଅପରପକ୍ଷରେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପୌର ପରିଷଦ କାର୍ଯ୍ୟ ନିର୍ବାହୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବିଭିନ୍ନ ଯାଗାରେ ଅଳିଆ ଆବର୍ଜନା ପଡି ରହିଛି । ପ୍ରତ୍ୟେକ ଦିନ ଆବର୍ଜନା ଓ ବର୍ଯ୍ୟବସ୍ତୁ ଉଠି ପାରୁ ନ ଥିବାରୁ ଅନେକ ଜାଗାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ।ସଦର ପୌର ପରିଷଦ ସମସ୍ତ ପନ୍ଦରଟି ୱାର୍ଡ ସଫେଇ ଘରୋଇକରଣ ପାଇଁ ଟେଣ୍ଡେର ମାଧ୍ୟମରେ ଚୟନ ପ୍ରକ୍ରିୟା ଶେଷ କରିଛି । ହେଲେ ନିଯୁକ୍ତି ପାଇଥିବା ଠିକାଦାର ଏଯାଏଁ କାର୍ଯ୍ୟ ଆରମ୍ଭ କରନାହିଁ । ଫଳରେ ସହରର ବିଭିନ୍ନ ଯାଗାରେ ଆବର୍ଜନା ଅନେକ ଦିନ ଧରି ପଡ଼ି ରହୁଛି।ପୌର ପରିଷଦର 28 ଜଣ ସଫେଇ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଏବେ ମାଷ୍ଟରରୋଲ ଫର୍ମ ପୂରଣ କରି ଦୈନିକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

Body:ଆବଶ୍ୟକ ସଫେଇ କର୍ମଚାରୀ ଅଭାବରୁ ସହରର ବସଷ୍ଟାଣ୍ଡରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ପଡାଗୁଡିକରେ କୁଢ଼କୁଢ଼ ଆବର୍ଜନା ପଡି ରହୁଛି।ଲୋକେ ପୌର ପରିଷଦ ପାଖରେ ଯେତେ ଅଭିଯୋଗ କଲେ ବି ଆବଶ୍ୟକ ସଫେଇ କର୍ମଚାରୀ ନ ଥିବାରୁ ସହରର ପରିଷ୍କାର ପରିଛନ୍ନତା ହୋଇ ପାରୁ ନାହିଁ ।ପୌର ପରିଷଦ ତରଫରୁ ସଫେଇ ଠିକାଦାରକୁ ଆବଶ୍ୟକ ସରକାରୀ ଅର୍ଥ ଜମାକାରୀ ସାତ ଦିନ ଭିତରେ ଜମା କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ତିନି ଦିନ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୌର ପରିଷଦ ଯୋଜନା କରିଛି।

Conclusion:ଆଗାମୀ ତିନିଦିନ ସହରରେ ଆବର୍ଜନା ପଡ଼ି ରହିବା ପରି ଜଣାପଡୁଛି।ଅପରପକ୍ଷରେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପୌର ପରିଷଦ କାର୍ଯ୍ୟ ନିର୍ବାହୀ କହିଛନ୍ତି ।
ବାଇଟ 1 ଗଣେଶ ସାହୁ ,ସହରବାସୀ , ସୁବର୍ଣ୍ଣପୁର । (ନାଲି ସାର୍ଟ)
ବାଇଟ 2 ଜଗଦୀଶ ଚନ୍ଦ୍ର ମହାନନ୍ଦ , କାର୍ଯ୍ୟ ନିର୍ବାହୀ ଅଧିକାରୀ , ପୌର ପରିଷଦ , ସୁବର୍ଣ୍ଣପୁର ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.