ETV Bharat / state

ପାଣିରେ ପଚିଲାଣି ଧାନଗଛ, କ୍ଷତିପୂରଣ ଦାବିରେ ଚାଷୀ - ବନ୍ୟା ପାଣି

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ପ୍ରାୟ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ପାଣି ସ୍ଥିର ହୋଇ ରହିଯିବା ଫଳରେ ଧାନଗଛ ସବୁ ପଚିଯାଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 18, 2019, 12:40 PM IST

ସୁବର୍ଣ୍ଣପୁର: ଜମି ବୁଡି ପାଣି ଆଣ୍ଠିଏ । ବ୍ୟାପକ ପରିମାଣରେ ନଷ୍ଟ ହୋଇଛି ଧାନଚାଷ । ତେବେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ପ୍ରାୟ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ନିବୃତ୍ତି, ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି ରହିଯିବା ଯୋଗୁଁ ଧାନ ଗଛ ସବୁ ପଚିସଢି ଯାଇଛି ।

ଗତ 11 ଅଗଷ୍ଟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀନାଳ ଗୁଡିକରେ ବନ୍ୟା ପାଣି ଆସିଥିଲା । ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି କୂଳ ଲଂଘି ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡି ଯାଇଥିଲା । ପାଣି ସ୍ଥିର ହୋଇ ରହିଯିବା ଫଳରେ ଧାନଗଛ ସବୁ ପଚିଯାଇଥିବା ଦେଖିବାକୁ ମିଳିଛି ।

ବିଶେଷକରି ତୁଲୁଣ୍ଡା, ନର୍ଡା, ତରଭା, ବ୍ରାହ୍ମଣୀ ଆଦି ଗାଁରେ ବ୍ୟପାକ ଧାନ ଫସଲ ନଷ୍ଟ ହୋଇଛି । ସେହିପରି ସୁରୁବାଲି ଯୋର ପାଣିରେ ମାଲିଶ୍ରୀଗୀଡି ,ଖାରୀ ଓ ତେଲନଦୀ ପାଣିରେ ବୈଦ୍ୟନାଥ ଆଦି ଗାଁରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏନେଇ ଚାଷୀମାନେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପାଖରେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେଲେ ଚାଷ ଉଜୁଡି ଯାଇଥିବା ଚାଷ ଜମିରେ ବର୍ଷା ପରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରିବେ ବୋଲି ଚାଷୀମାନେ ଦାବି କରିଛନ୍ତି ।

ତେବେ କ୍ଷୟକ୍ଷତିର ଆକଳନ କରିବା ପାଇଁ ଉଭୟ କୃଷି ବିଭାଗ ଓ ରାଜସ୍ବ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଚାଷୀମାନେ ଜିଲ୍ଲା ପ୍ରଶାସନ ପାଖରୁ ଆବଶ୍ୟକ କୃଷି ସହାୟତା ପାଇବେ ବୋଲି ଆଶା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ବ୍ୟାପକ ପରିମାଣରେ ଧାନ ଚାଷ ନଷ୍ଟ ହୋଇଛି ।ନିବୃତ୍ତି ,ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି ରହିଯିବା ଯୋଗୁଁ ଧାନ ଗଛ ସବୁ ପଚିସଢି ଯାଇଛି ।ଗତ 11 ଅଗଷ୍ଟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀନାଳ ଗୁଡିକରେ ବନ୍ୟା ପାଣି ଆସିଥିଲା ।ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି କୂଳ ଲଂଘି ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡି ଯାଇଥିଲା ।ଧାନଚାଷ ହୋଇଥିବା ଚାଷଜମିଗୁଡିକରେ ଘାଇ ହୋଇ ବାଲି ମାଡି ଯାଇଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମିର ଧାନଗଛ ସବୁ ପଚିସଢି ଯାଇଛି ।ପାଣି ସ୍ଥିର ହୋଇ ରହିଯିବା ଫଳରେ ଧାନଗଛ ସବୁ ପଚି ଯାଇଥିବା ଦେଖିବାକୁ ମିଳିଛି ।ବିଶେଷକରି ତୁଲୁଣ୍ଡା ,ନର୍ଡା ,ତରଭା ,ବ୍ରାହ୍ମଣୀ ଆଦି ଗାଁରେ ବ୍ୟପାକ ଧାନ ଫସଲ ନଷ୍ଟ ହୋଇଛି ।ସେହିପରି ସୁରୁବାଲି ଯୋର ପାଣିରେ ମାଲିଶ୍ରୀଗୀଡି ,ଖାରୀ ଓ ତେଲନଦୀ ପାଣିରେ ବୈଦ୍ୟନାଥ ଆଦି ଗାଁରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଶହ ଶହ ହେକ୍ଟର ଚାଷଜମିରେ ବାଲି ମାଡି ଯାଇଥିବା ଫଳରେ ବ୍ୟାପକ ପରିମାଣର ଚାଷ ନଷ୍ଟ ହୋଇଛି ।Body:ଜିଲ୍ଲାପାଳ ମନୀଷା ବାନାର୍ଜି ପାଖରେ ଚାଷୀମାନେ କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି ।ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେଲେ ଚାଷ ଉଜୁଡି ଯାଇଥିବା ଚାଷ ଜମିରେ ବର୍ଷା ପରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରିବେ ବୋଲି ଚାଷୀମାନେ ଦାବୀ କରିଛନ୍ତି ।ଜିଲ୍ଲାପାଳ ମନୀଷା ବାନାର୍ଜି କ୍ଷୟକ୍ଷତିର ଆକଳନ କରିବା ପାଇଁ ଉଭୟ କୃଷି ବିଭାଗ ଓ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି ।ଚାଷୀମାନେ ଜିଲ୍ଲା ପ୍ରଶାସନ ପାଖରୁ ଆବଶ୍ୟକ କୃଷି ସହାୟତା ପାଇବେ ବୋଲି ଆଶା କରିଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.