ETV Bharat / state

ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ - ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ

ସୁବର୍ଣ୍ଣପୁରରେ ବାବା ଚନ୍ଦ୍ରଶେଖରଙ୍କ ବିବାହ ସମ୍ପନ୍ନ । ମହାମାରୀ କୋରୋନା କାରଣରୁ ନିରାଡମ୍ବରରେ ହୋଇଛି ଏହି ବିବାହ । କନ୍ୟା ପିତାମାତା ଜାନିଯୌତୁକ ଦେଇ ଗୁରୁବାର ରାତିରେ ଯୁଗଳ ଦମ୍ପତିଙ୍କୁ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

author img

By

Published : May 28, 2020, 1:58 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବୁଧବାର ରାତିରେ ବାବା ଚନ୍ଦ୍ରଶେଖର ଏକ ନିରାଡ଼ମ୍ବର ବରଯାତ୍ରୀ ଦଳରେ କନ୍ୟା ମାତା ପାର୍ବତୀଙ୍କ ବାସଭବନକୁ ଆସି ପାଣି ଗ୍ରହଣ କରିଥିଲେ । ବରଯାତ୍ରୀ ଦଳରେ ସହରର ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ନିର୍ଦ୍ଧାରିତ ଲଗ୍ନରେ ବାବା ଚନ୍ଦ୍ରଶେଖର କନ୍ୟା ପିତା ଢେରାପଡାର ବି.ସତ୍ୟନାରାୟଣ ପାତ୍ରଙ୍କ ବାସଭବନରେ ପହଞ୍ଚି କନ୍ୟା ମାତାଙ୍କଠାରୁ ପାଣି ଗ୍ରହଣ କରିଥିଲେ। ଗୁରୁବାର ଦେବ ଦମ୍ପତି କନ୍ୟା ମାତାଙ୍କ ବାସଭବନରେ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବେ ।

ତେବେ ମହାମାରୀ କୋରନା ପାଇଁ ନିରାଡ଼ମ୍ବର ଭାବେ ଏହି ବିବାହ ଉତ୍ସବ ପାଳନ କରାଯାଇଥିବା ବେଳେ ଜନ ସମାଗମ ପାଇଁ ଜିଲ୍ଲା ଦେବୋତ୍ତର ବିଭାଗ , ଯାତ୍ରା କମିଟି ଓ ଜିଲ୍ଲା ପୋଲିସ ପ୍ରଶାସନ ମିଳିତଭାବେ ବାରଣ କରିଛନ୍ତି । କନ୍ୟା ପିତାମାତା ଜାନିଯୌତୁକ ଦେଇ ଗୁରୁବାର ରାତିରେ ଯୁଗଳ ଦମ୍ପତିଙ୍କୁ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସକାଳୁ ଦେବ ଦମ୍ପତି ମନ୍ଦିରରେ ପହଞ୍ଚିବେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.