ETV Bharat / state

ଜିଲ୍ଲା ବିଜେପିରେ ଫାଟ, ଦଳୀୟ କାର୍ଯ୍ୟକ୍ରମକୁ ଆସିଲେନି ବଲାଙ୍ଗୀର ସାଂସଦ - ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ

ଜମ୍ମୁ କଶ୍ମୀରରେ ଧାରା 370 ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ । ହେଲେ ଆଶ୍ଚର୍ଯ୍ୟର କଥା କି, ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ଦେଖା ମିଳିନଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 24, 2019, 3:14 PM IST

ସୁବର୍ଣ୍ଣପୁର: ଜମ୍ମୁ କଶ୍ମୀରରେ ଧାରା 370 ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ । ଏଥିରେ ବୁଦ୍ଧିଜୀବୀମାନେ ସାମିଲ ହୋଇ ଏହି ଆଲୋଚନାଚକ୍ରରେ ନିଜ ନିଜର ମନ୍ତବ୍ୟ ରଖିଥିଲେ ।

ହେଲେ ଆଶ୍ଚର୍ଯ୍ୟର କଥା କି, ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ଦେଖା ମିଳି ନଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ବିଡମ୍ବନା କି କେହି ବି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇନଥିଲେ । ଏପରିକି ଜିଲ୍ଲା ବିଜେପି କର୍ମୀ ମଧ୍ୟ କାର୍ଯ୍ୟକ୍ରମକୁ ଆସିନଥିଲେ । ଯାହା ଜିଲ୍ଲା ବିଜେପିରେ ଫାଟକୁ ଏକ ପ୍ରକାର ଇଙ୍ଗିତ କରୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ମୁଖ୍ୟ ଅତିଥିଙ୍କ ଅନୁପସ୍ଥିତି ସତ୍ତ୍ବେ ଜିଲ୍ଲା ସଭାପତି ବିଜୟ କୁମାର ମହାକୁରଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସେପଟେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅଶୋକ ପୂଜାରୀ ଏହାକୁ ଖଣ୍ଡନ କରିବା ସହିତ ଏହି ସମ୍ବିଳନୀ ସଫଳ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଆଜି ସୁବର୍ଣ୍ଣପୁର ଜିଲ୍ଲା ବଜେପି ତରଫରୁ ସହରର ଟାଉନ ହଲଠାରେ ବୁଦ୍ଧିଜୀବି ସମ୍ବିଳନୀ ଆୟୋଜିତ ହୋଇଛି ।ଜାମ୍ମୁକାଶ୍ମୀରରୁ 370 ଧାରା ଉଛେଦ ଉପରେ ବୁଦ୍ଧିଜୀବି ମାନଙ୍କର ପ୍ରତିକ୍ରିୟା ପାଇଁ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।ଜିଲ୍ଲା ସଭାପତି ବିଜୟ କୁମାର ମହାକୁରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବିଳନୀରେ ସହରର ବୁଦ୍ଧିଜୀବି , ଓକିଲ , ସାମ୍ବାଦିକମାନେ ଯୋଗଦେଇ 370 ଧାରା ଉପରେ ନିଜନିଜର ପ୍ରତିକ୍ରିୟା ରଖିଥିଲେ।ସମସ୍ତ ବୁଦ୍ଧିଜୀବୀ 370 ଧାରା ଉଛେଦକୁ ସମର୍ଥନ କରିଥିଲେ।

Body:ଏହି ଆଲୋଚନା ଚକ୍ରରେ ନିମନ୍ତ୍ରିତ ମୁଖ୍ୟ ଅତିଥି ତଥା ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଆସି ନ ଥିଲେ । ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବି ଅନୁପସ୍ଥିତ ଥିଲେ । ଏପରିକି ଜିଲ୍ଲା ସ୍ତରୀୟ ଅନେକ କାର୍ଯ୍ୟକର୍ତ୍ତା ଏହି ସମ୍ବିଳନୀକୁ ଯାଇ ନ ଥିଲେ । ଫଳରେ ଦୁଇ ଭାଗ ହୋଇ ଥିବା ଜିଲ୍ଲା ବଜେପି ଭିତରେ ଏକତା ନ ଥିବା ଜଣା ପଡୁଥିଲା।

Conclusion:ସେପଟେ ବରିଷ୍ଠ ବିଜେପି କର୍ଯ୍ୟକର୍ତା ଅଶୋକ ପୂଜାରୀ ଏହାକୁ ଖଣ୍ଡନ କରିବା ସହିତ ଏହି ସମ୍ବିଳନୀ ସଫଳ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।
ବାଇଟ1 ଅଶୋକ ପୂଜାରୀ , (ଧଳା ସାର୍ଟ)
ବାଇଟ 2 କିଶୋର ହୋତା , ସୁବର୍ଣ୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.