ETV Bharat / state

ଶୈକ୍ଷିକ ପରିବେଶ ଗଠନ ଦିଗରେ ଜିଲ୍ଲା ଶିକ୍ଷା ବିଭାଗର ପଦକ୍ଷେପ - ଶୈକ୍ଷିକ ପରିବେଶ ଗଠନ ଦିଗରେ ଜିଲ୍ଲା ଶିକ୍ଷା ବିଭାଗର ପଦକ୍ଷେପ

ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି ସୁବର୍ଣ୍ଣପୁର ବ୍ଳକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର । ଅଧିକ ପଢନ୍ତୁ

ଶୈକ୍ଷିକ ପରିବେଶ ଗଠନ ଦିଗରେ ଜିଲ୍ଲା ଶିକ୍ଷା ବିଭାଗର ପଦକ୍ଷେପ

author img

By

Published : Mar 14, 2022, 9:19 PM IST

ସୁବର୍ଣ୍ଣପୁର: ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ଉଦ୍ୟମ ଆବଶ୍ୟକ । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମ୍ୟ ଶିକ୍ଷା କମିଟି ତଥା ତୃଣମୂଳ ସ୍ତରର ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉଦ୍ୟମରେ ହିଁ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନକୁ ବୃଦ୍ଧି କରାଯାଇ ପାରିବ ବୋଲି ସୁବର୍ଣ୍ଣପୁର ବ୍ଳକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର କହିଛନ୍ତି ।

ଶୈକ୍ଷିକ ପରିବେଶ ଗଠନ ଦିଗରେ ଜିଲ୍ଲା ଶିକ୍ଷା ବିଭାଗର ପଦକ୍ଷେପ

ଆଜି (ସୋମବାର) ସହରର ଏନଜିଓସିସି ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଧାନ ଶିକ୍ଷକ ସଭାରେ ବ୍ଳକ ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନ ଶିକ୍ଷକ ମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ପରିବେଶର ପରିଷ୍କାର ପରିଚ୍ଛନ୍ନତା, ବିଦ୍ୟାଳୟ ବଗିଚାର ରକ୍ଷଣା ବେକ୍ଷଣ, ଶୌଚାଳୟ ଗୁଡିକ ନିୟମିତ ପରିଷ୍କାର ପରିଚ୍ଛନ୍ନ ରଖିବା, ହାତ ଧୋଇବା, ଶ୍ରେଣୀ କକ୍ଷରେ ପାଠ୍ୟ ଉପକରଣ ଆଦିର ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ ।

ତେବେ ଦୀର୍ଘ ଦୁଇ ବର୍ଷ ମହାମାରୀ କୋରୋନା ପାଇଁ ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷ ଅଧ୍ୟୟନରୁ ବଞ୍ଚିତ ହୋଇଥିବା ବେଳେ ଖେଳକୁଦ ମାଧ୍ୟମରେ ପୁଣି ସେମାନଙ୍କ ଭିତରେ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ସୁବର୍ଣ୍ଣପୁର ବ୍ଳକ ଶିକ୍ଷା ଅଧିକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.