ସୁବର୍ଣ୍ଣପୁର: ଦିବ୍ୟାଙ୍ଗ ପୁଅକୁ ମିଳିଲା ପ୍ରଶାସନର ସହାୟତା । ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରୀ ଯୋଜନାରେ ସାମିଲ ହେଲେ 13 ବର୍ଷୀୟ ରାଜୁ । ପୂର୍ବରୁ କେବଳ ଦିବ୍ୟାଙ୍ଗ ଭତ୍ତା ପାଉଥିବାବେଳେ ଆଜି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ରାସନ କାର୍ଡ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ଉଲୁଣ୍ଡା ବ୍ଲକ କେଶପୁରା ଗାଁର କାର୍ତ୍ତିକ ଖମାରୀଙ୍କ ପୁଅ ରାଜୁ । ଜନ୍ମରୁ ଦିବ୍ୟାଙ୍ଗ ଥିବା ରାଜୁର ଆଧାର କାର୍ଡ ନଥିବାରୁ ସେ ଭତ୍ତାରୁ ବଞ୍ଚିତ ଥିଲେ । ତେଣୁ ବାପା ଓ ମାଆ ପୁଅକୁ ଧରି ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ । ହେଲେ ଆଧାର ପରିଚୟ ପତ୍ର ନଥିବାରୁ ତାଙ୍କୁ ମନା କରିଦେଇଥିଲେ ଅଧିକାରୀ । ଯାହାକୁ ନେଇ ଆଜି ରାଜୁର ବାପା ଓ ମାଆ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ।
ଏପରିକି ପୂର୍ବରୁ ଜିଲ୍ଲାପାଳଙ୍କ ପାଖରେ ବି ପୁଅର ଆବଶ୍ୟକତାକୁ ଉପସ୍ଥାପନା କରାଯାଇଥିଲା। ଯାହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଘଟଣାର ଆମୂଳଚୂଳ ତଦନ୍ତ କରିବା ସହ ରାଜୁକୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ