ସୁବର୍ଣ୍ଣପୁର: ସହରର ରେୟାରର ଡେ କେୟାର ଥେରାପି କେନ୍ଦ୍ରରେ ଦିପାବଳୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭିନ୍ନ ଭାବରେ ମାନସିକ ଅନଗ୍ରସର ପିଲାମାନେ ଦିପାବଳୀ ପାଳନ କରିବା ପାଇଁ ନିଜ ହାତରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ମାଟି ଦୀପ ତିଆରି କରିଛନ୍ତି ।
ନିର୍ଦ୍ଧିଷ୍ଟ ଆକୃତିର ଏହି ଦୀପକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରି ଅନେକ ଚିତ୍ର କରିଛନ୍ତି ଏମାନେ । ତେବେ ମାନସିକ ଭାବେ ଅନଗ୍ରସର ଏହି ପିଲାମାନେ ପ୍ରାୟ ପାଞ୍ଚ ହଜ଼ାରରୁ ଅଧିକ ଦୀପ ବିକ୍ରି କରି ଦୀପାବଳୀ ପାଇଁ ରୋଜଗାର ବି କରିପାରିଛନ୍ତି ।
ସହରର ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ଏହି ପିଲାମାନଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ କିଛି ଆର୍ଥିକ ସହଯୋଗ କରି ଦୀପ କିଣୁଛନ୍ତି । ତେବେ ମାନସିକ ଭାବେ ଅନଗ୍ରସର ଏହି ପିଲାମାନେ ଦୀପ କିଣୁଥିବା ଲୋକଙ୍କୁ ପ୍ରଦୂଷଣ ରହିତ ଦିପାବଳୀ ପାଳନ କରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ