ETV Bharat / state

କାଉଡିଆଙ୍କ ପରିବେଶ ଚିନ୍ତା: ଟ୍ୟୁବ୍‌ରେ ନଦୀପାର ହୋଇ ଭୋଳାବାବାଙ୍କୁ କଲେ ଜଳଲାଗି - Devotees celebrating kanwariya yatra

ଶ୍ରାବଣ ମାସର ତୃତୀୟ ସୋମବାରରେ ଏକ ନିଆରା ଢଙ୍ଗରେ ଭୋଳାବାବାଙ୍କୁ ଜଳଲାଗି କରିଛନ୍ତି କାଉଡିଆ । 40 କିମି ପର୍ଯ୍ୟନ୍ତ ନଦୀକୁ ଟ୍ୟୁବ୍‌ରେ ପାର ହୋଇ 6 ଜଣ ବୋଲବମ୍‌ ଭକ୍ତ ମହାଦେବଙ୍କୁ ଜଳ ଲାଗି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 5, 2019, 2:17 PM IST

ସୁବର୍ଣ୍ଣପୁର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏନେଇ ସୋନପୁର ସହରରେ ଥିବା ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିଲା । ସକାଳୁ ସକାଳୁ କାଉଡିଆ ମହାନଦୀ ସ୍ବର୍ଣ୍ଣପ୍ରୟାଗ ଘାଟରୁ ଜଳ ଉଠାଇ ଅଷ୍ଟଶମ୍ଭୁଙ୍କ ପୀଠରେ ଜଳଲାଗି କରିଥିଲେ ।

ସେପଟେ ଏକ ନିଆରା ଢଙ୍ଗରେ ତ୍ରିବେଣୀ ସଙ୍ଗମସ୍ଥିତ ରାମେଶ୍ବର ମନ୍ଦିରରେ ପହଞ୍ଚିଥିଲେ କିଛି କାଉଡିଆ । ଜିଲ୍ଲାର ତରଭା ଦେଇ ପ୍ରବାହିତ ହେଉଥିବା ତେଲନଦୀର ବ୍ରାହ୍ମଣୀ ଘାଟରୁ ଟ୍ୟୁବରେ ବସି ବାବା ରାମେଶ୍ବରଙ୍କ ନିକଟରେ ଜଳଲାଗି କରିଛନ୍ତି ଭକ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜଳ ହିଁ ଜୀବନ ଏବଂ ନଦୀର ସ୍ବଚ୍ଛତା ବାର୍ତ୍ତା ନେଇ ପ୍ରାୟ 10 ଘଣ୍ଟାରୁ ଅଧିକ ସମୟ ଧରି 6 ଜଣ ବୋଲବମ୍‌ ଭକ୍ତ 40 କିମି ପର୍ଯ୍ୟନ୍ତ ନଦୀ ସୁଅରେ ଆସି ଜନ ସଚେତନତା ସୃଷ୍ଟି କରିଥିଲେ। ଖାଲି ଯେ ଆଧ୍ୟାତ୍ମିକ ମନୋଭାବ ତାହା ନୁହେଁ, ସାମାଜିକ ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ତରଭାରୁ ରାମେଶ୍ବର ପର୍ଯ୍ୟନ୍ତ ଆସିଥିବା କାଉଡିଆଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏଣୁ ସୋନପୁର ସହରର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ବେଶ ଭିଡ ଜିମିଛି । ସକାଳୁ ସକାଳୁ କାଉଡିଆମାନେ ମହାନଦୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରୁ ଜଳ ଉଠାଇ ଅଷ୍ଟଶମ୍ଭୁଙ୍କ ପୀଠରେ ଜଳଲାଗି କରିଛନ୍ତି । ତେବେ ଏସବୁ ଭିତରେ ନିଆରା ଢଂଗରେ ତ୍ରୀବେଣି ସଂଗମସ୍ଥିତ ରାମେଶ୍ୱର ମନ୍ଦିରରେ ପହଂଚିଥିଲେ କିଛି କାଉଡିଆ । ଜିଲ୍ଲାର ତରଭା ଦେଇ ପ୍ରବାହିତ ତେଲନଦୀର ବ୍ରାହ୍ମଣୀ ଘାଟରୁ ଟ୍ୟୁବରେ ବସି ଦୀର୍ଘ ୪୦ କିମି ଜଳପଥରେ ପହଂଚି ବାବା ରାମେଶ୍ୱରଙ୍କଠାରେ ଜଳଲାଗି କରିଛନ୍ତି । ଜଳ ହିଁ ଜୀବନ ଓ ନଦୀର ସ୍ୱଚ୍ଛତା ବାର୍ତାନେଇ ୧୦ ଘଂଟାରୁ ଅଧିକ ସମୟଧରି ୬ ଜଣ ବୋଲବୋମ ଭକ୍ତ ନଦୀ ସୁଅରେ ଆସି ଜନ ସଚେତନତା ସୃଷ୍ଟି କରିଛନ୍ତି ।Body:ଖାଲି ଆଧ୍ୟାତ୍ମିକ ମନୋଭାବ ନେଇ ନୁହେଁ , ସାମାଜିକ ଓ ପରିବେଶ ସୁରକ୍ଷାର ବାର୍ତା ନେଇ ତରଭାରୁ ରାମେଶ୍ୱର ପର୍ଯ୍ୟନ୍ତ ଆସିଥିବା କାଉଡ଼ିଆଙ୍କର ଏହି ଉଦ୍ୟମ କୁ ସାଧାରଣରେ ପ୍ରଶଂସା କରିଛନ୍ତି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.