ETV Bharat / state

କାଳିଆ ପ୍ରେମରେ ମଧ୍ୟପ୍ରଦେଶ ଭକ୍ତ: ଜଗା ଦର୍ଶନ ନେଇ ପୁରୀ ଅଭିମୁଖେ ଯାତ୍ରା - ଭକ୍ତର ଭଗବାନ

ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି ତାକୁ ସେ କୋଳେଇ ନିଅନ୍ତି । ତେବେ କଳାସାଆନ୍ତଙ୍କ ଆଶିଷ ଲାଭ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ପୁରୀ ଆସିଛନ୍ତି ଏକ ଭକ୍ତ । ଅଧିକ ପଢନ୍ତୁ

ଭକ୍ତର ଭଗବାନ:ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ମଧ୍ୟପ୍ରଦେଶରୁ ଚାଲି ଚାଲି ଶ୍ରୀକ୍ଷେତ୍ର

author img

By

Published : May 4, 2022, 3:07 PM IST

ସୁବର୍ଣ୍ଣପୁର: ଭକ୍ତଙ୍କ ପାଇଁ ଜଗତ ଠାକୁରଙ୍କ ଅନେକ ଲୀଳା । ଉଚ୍ଚ, ନୀଚ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ନିଜ ଆଶିଷ ତଥା କୃପା ପ୍ରଦାନ କରନ୍ତି ଭକ୍ତ ବତ୍ସଳ ଜଗତ ଠାକୁର । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି, ତାକୁ ସେ କୋଳେଇ ନିଅନ୍ତି। ତେବେ କଳାସାଆନ୍ତଙ୍କ ଆଶିଷ ଲାଭ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ପୁରୀ ଅଭିମୁଖେ ଏକ ଭକ୍ତ ।

ଭକ୍ତର ଭଗବାନ:ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ମଧ୍ୟପ୍ରଦେଶରୁ ଚାଲି ଚାଲି ଶ୍ରୀକ୍ଷେତ୍ର

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା କୋରବାଇ ତହସିଲ ଅନ୍ତର୍ଗତ ଦାଦୁରା ଗ୍ରାମ ପଂଚାୟତର ଶ୍ରଦ୍ଧାଳୁମାନେ ଆଜକୁ 21 ଦିନ ହେଲା ବାହାରିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ । ଧୂ ଧୂ ଟାଣ ଖରାରେ ଖାଲି ପାଦରେ ନିଜ ଗାଁରୁ 21 ଦିନ ପରେ ସାତ ଶହ କିଲୋମିଟର ବାଟ ଖାଲି ପାଦରେ ଚାଲି ଚାଲି ମଙ୍ଗଳବାର ପହଞ୍ଚିଛନ୍ତି ସୁବର୍ଣ୍ଣପୁର ସହରରେ। ତେବେ ଅଳ୍ପ କିଛି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ରୋଷେଇ ପାଇଁ କିଛି ବାସନ ନିଜ ଝୁଲି ମୁଣାରେ ଧରି ଛଅ ଜଣ ଶ୍ରଦ୍ଧାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ଅଭିଳାଷ ରଖି ଏଇ ପ୍ରଚଣ୍ଡ ଗ୍ରୀଷ୍ମରେ ବାହାରି ପଡିଛନ୍ତି।

ଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କ ନାମ ସ୍ମରଣ କରି ହରିବୋଲ ଦେଇ ସବୁ କଷ୍ଟକୁ ସ୍ୱୀକାର କରି ଆଗକୁ ଆଗକୁ ପୁରୀ ଅଭିମୁଖେ ମାଡି ଚାଲିଛନ୍ତି। ଆଗାମୀ ଛଅ ଦିନରେ ସୋମବାର ସନ୍ଧ୍ୟା ଯାଏଁ ଶ୍ରୀ ଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରକୁ ପହଞ୍ଚିବାର ଆଶା ରଖିଛନ୍ତି । ତେବେ କଷ୍ଟ କଲେ ହିଁ କୃଷ୍ଣ ମିଳନ୍ତି ଭାବନା ନେଇ ଏଇ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିବା କହିଛନ୍ତି । ଓଡ଼ିଶା ମାଟିରେ ପାଦ ଦେବା ପରେ ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ସହଯୋଗ ପାଇଥିବାବେଳେ ବିଭିନ୍ନ ଯାଗାରେ ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ କିଛି ଖାଦ୍ୟ ସାଙ୍ଗକୁ ଥଣ୍ଡା ପାନୀୟ ଓ ଆଶ୍ରୟ ଦେଇଥିବା କହୁଛନ୍ତି ଭକ୍ତ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.