ETV Bharat / state

ସନ୍ଥ କବି ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶନ ପାଇଁ ଦାବି - ସନ୍ଥ କବି ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପି

ସନ୍ଥ କବି ଭୀମଭୋଇଙ୍କ ଅନେକ ପୁସ୍ତକ ପ୍ରକାଶିତ ହୋଇଥିଲେ ହେଁ ଏବେ ମଧ୍ୟ ଅପ୍ରକାଶିତ ଭାବେ ଅଛି । ତେଣୁ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶିତ କରିବା ପାଇଁ ସାହିତ୍ୟିକ ମହଲରେ ଦାବି ହେଉଛି । ଅଧିକ ପଢନ୍ତୁ

ସନ୍ଥ କବି ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶନ ପାଇଁ ଦାବି

author img

By

Published : Mar 3, 2022, 6:23 PM IST

ସୁବର୍ଣ୍ଣପୁର: ସନ୍ଥ କବି ଭୀମଭୋଇଙ୍କ ଅନେକ ପୁସ୍ତକ ପ୍ରକାଶିତ ହୋଇସାରିଛି । ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ – ଏହି ଶାଶ୍ୱତ ବାଣୀ କାହାକୁ ଅବା ଅଭିଭୂତ ନକରିଛି । ତେବେ ସନ୍ଥ କବିଙ୍କ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶିତ କରିବା ପାଇଁ ସାହିତ୍ୟିକ ମହଲରେ ଦାବି ହେଉଛି । ସନ୍ଥ କବିଙ୍କ ପ୍ରାୟ ୧୭-୧୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ମହିମା ବିନୋଦର ତିନି ଖଣ୍ଡ ପୁସ୍ତକ ଗତ ଦୁଇ ବର୍ଷ ତଳେ ପ୍ରକାଶିତ ହୋଇଥିଲା । ତେବେ ଏବେ ବି ଅନେକ ପାଣ୍ଡୁଲିପି ବିକ୍ଷିପ୍ତ ଅବସ୍ଥାରେ ବିଭିନ୍ନ ଯାଗାରେ ପଡି ରହିଥିବା ସୂଚନା ମିଳୁଛି ।

ସନ୍ଥ କବି ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶନ ପାଇଁ ଦାବି

ମହିମା ବିନୋଦ ଗ୍ରନ୍ଥର ଚତୁର୍ଥ ଖଣ୍ଡ ଏଯାଏଁ ପ୍ରକାଶିତ ହୋଇ ପାରିନାହିଁ । ତେବେ ସନ୍ଥ କବିଙ୍କ ରଚନା ଭିତରେ ସ୍ତୁତି ଚିନ୍ତାମଣି ଆଦି ଅନନ୍ତ ଗୀତା,ମନୁସଭା ମଣ୍ଡଳ,ବ୍ରହ୍ମ ସଂଗୀତ ଗୀତା ଆଦି ଗ୍ରନ୍ଥ ଓଡିଆ ସାହିତ୍ୟ ଜଗତର କାଳଜୟୀ ସାହିତ୍ୟ କୃତି ବୋଲି ପ୍ରସିଦ୍ଧି ଲାଭ କରିଛି ।ଏବେ ବି ଜିଲ୍ଲାର ଖଲିଆପାଲିର ସନ୍ଥ କବିଙ୍କ ସିଦ୍ଧି ,ସାଧନା ଓ ସମାଧି ପୀଠରେ ଅନେକ ତାଳପତ୍ର ପୋଥି ରହିଛି। ଏପରିକି ବିଭିନ୍ନ ବ୍ୟକ୍ତିଙ୍କ ଘରେ ସନ୍ଥ କବିଙ୍କ ରଚନା ଗୁଡିକ ଥିବା ଅନୁମାନ କରାଯାଉଛି । ତେବେ ପାଣ୍ଡୁଲିପି ଗୁଡିକ ସଂଗ୍ରହ କରି ତାର ପ୍ରକାଶନ କରିବା ପାଇଁ ଓଡିଆ ସାହିତ୍ୟ ଏକାଡେମୀ, ଜିଲ୍ଲା ପ୍ରଶାସନ ତଥା ସମାଧୀ ପୀଠ ଟ୍ରଷ୍ଟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.