ETV Bharat / state

ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

author img

By

Published : May 5, 2021, 2:06 PM IST

ସୁବର୍ଣ୍ଣପୁର ଜିଲ୍ଲାରେପ୍ରତିଟି ବ୍ଲକ ଓ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିବାକୁ ଦାବି କରିଛି କେଶରୀଆ ହିନ୍ଦୁ ବାହିନୀ । ଅଧିକ ପଢନ୍ତୁ...

ସଂଙ୍ଗରୋଧ କେନ୍ଦ୍ର ସ୍ଥାପନ ଦାବି
ସଂଙ୍ଗରୋଧ କେନ୍ଦ୍ର ସ୍ଥାପନ ଦାବି

ସୁବର୍ଣ୍ଣପୁର: ଜିଲ୍ଲା ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ଲୋକଙ୍କୁ ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ବ୍ଲକ ଓ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିବାକୁ ଦାବି କରିଛି କେଶରୀଆ ହିନ୍ଦୁ ବାହିନୀ ।

ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଗତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିଲା । ଏଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଏବେ ସଙ୍ଗରୋଧ କେନ୍ଦ୍ରର ଆବଶ୍ୟକତା ରହିଛି । ଗତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ତିଆରି ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରାଯିବାକୁ ନେଇ ଦାବି ହୋଇଛି। ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଏବେ ସଙ୍ଗରୋଧ କେନ୍ଦ୍ରର ଆବଶ୍ୟକତା ରହିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। ସହରାଞ୍ଚଳରେ ଲକଡାଉନ , ରାତ୍ରିକାଳୀନ କର୍ଫ୍ୟୁ ଆଦି ଜାରି ରହିଛି ।

ତଥାପି ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଦିନକୁ ପ୍ରାୟ 100ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି। ତେଣୁ ଜିଲ୍ଲା କୋଭିଡ ଚିକିତ୍ସା କେନ୍ଦ୍ର, ଆବଶ୍ୟକ ଅକ୍ସିଜେନ, ପର୍ଯ୍ୟାପ୍ତ ପରିମାଣର ଔଷଧ ରଖିବା ସହିତ ଡିଜିଟାଲ ଏକ୍ସରେ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏହା ସହିତ ଆଇସିୟୁ ତିଆରି କରିବା ସହିତ ଭେଂଟିଲେଟର ପାଇଁ ତୁରନ୍ତ ଟେକ୍ନିସିଆନ ନିଯୁକ୍ତି କରିବାକୁ ଦାବି ହୋଇଛି । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛି କେଶରୀଆ ହିନ୍ଦୁ ବାହିନୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.