ETV Bharat / state

ବିସ୍ଥାପିତଙ୍କ କ୍ଷତିପୂରଣ ଦାବିରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ - ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବି

ସୁବର୍ଣ୍ଣପୁର ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 21, 2019, 7:49 AM IST

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବି । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାପାଳ ମନୀଷ ବାନାର୍ଜୀଙ୍କ ପୌରହିତ୍ୟରେ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକରେ ବିସ୍ଥାପିତମାନଙ୍କ କ୍ଷତିପୂରଣ ପାଇଁ ବିଶୋଦ ଆଲୋଚନା କରିଥିଲେ । ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶନୁଯାୟୀ ପୁନର୍ବାର 305 ଜଣ ବିସ୍ଥାପିତଙ୍କ କ୍ଷତିପୂରଣର ପୁନଃ ବିଚାର ପାଇଁ ଆଲୋଚନା କରାଯାଇଥିଲା । ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଭିତରୁ କିଛି ବିସ୍ଥାପିତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ନ୍ୟାୟାଳୟ ଉଚ୍ଚ ସ୍ତରୀୟ ବୈଠକ କରି ବିସ୍ଥାପିତଙ୍କ ଦାବିର ବିଚାର କରି ଜଳସଂପଦ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ବ କମିଶନର ଟି ଆପାଙ୍ଗ ଆୱା ,ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂଦେଓ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ । ସେହିପରି ଉଭୟ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଓ ବୀରମହାରାଜପୁର ଉପଖଣ୍ଡର ରାଜସ୍ବ ଅଧିକାରୀମାନଙ୍କ ସହିତ ବିସ୍ଥାପିତ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ 6 ଜଣ ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ବୋଲି ବିଚାର କରାଯାଇଥିଲା । 1997 ମସିହାରେ ପ୍ରଚଳିତ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତଙ୍କ ଦାବି ବିଚାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ପ୍ରକାଶଥାଉ କି , ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳ ସହିତ ବୀରମହାରାଜପୁର ଉପଖଣ୍ଡର ଗାଁ ଗୁଡିକରୁ ଲୋକେ ବିସ୍ଥାପିତ ହୋଇଥିଲେ । ଏବେ ବି କିଛି ବିସ୍ଥାପିତ କ୍ଷତିପୂରଣ ପାଇ ନ ଥିବା ବେଳେ କିଛି ବିସ୍ଥାପିତ ନୂତନ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନଙ୍କ କ୍ଷତିପୂରଣ ପ୍ରଦାନ ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି ।ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପୌରହିତ୍ୟରେ ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟୀ ବୈଠକରେ ବିସ୍ଥାପିତମାନଙ୍କ କ୍ଷତିପୂରଣ ପାଇଁ ବିଶଦ ଆଲୋଚନା କରାଯାଇଥିଲା ।ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାୟୀ ପୁନର୍ବାର 305 ଜଣ ବିସ୍ଥାପିତଙ୍କ କ୍ଷତିପୂରଣର ପୁନଃ ବିଚାର ପାଇଁ ଆଲୋଚନା କରାଯାଇଥିଲା ।ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଭିତରୁ କିଛି ବିସ୍ଥାପିତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ ।ଉଚ୍ଚ ନ୍ୟାୟାଳୟ ଉଚ୍ଚ ସ୍ତରୀୟ ବୈଠକ କରି ବିସ୍ଥାପିତଙ୍କ ଦାବୀର ବିଚାର କରି ଜଳସଂପଦ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।Body:ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ କମିଶନର ଟି ଆପାଙ୍ଗ ଆୱା ,ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ବଲାଂଗିର ଲୋକସଭା ସାଂସଦ ସଂଗୀତା ସିଂଦେଓ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ ।ସେହିପରି ଉଭୟ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଓ ବୀରମହାରାଜପୁ ଉପଖଣ୍ଡର ରାଜସ୍ବ ଅଧିକାରୀମାନଙ୍କ ସହିତ ବିସ୍ଥାପିତ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ ।ପ୍ରଥମ ପର୍ଯ୍ୟାୟରେ 6 ଜଣ ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ବୋଲି ବିଚାର କରାଯାଇଥିଲା ।1997 ମସିହାରେ ପ୍ରଚଳିତ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତଙ୍କ ଦାବୀ ବିଚାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।Conclusion:ପ୍ରକାଶଥାଉ କି ,ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଂଚଳ ସହିତ ବୀରମହାରାଜପୁର ଉପଖଣ୍ଡର ଗାଁ ଗୁଡିକରୁ ଲୋକେ ବିସ୍ଥାପିତ ହୋଇଥିଲେ ।ଏବେ ବି କିଛି ବିସ୍ଥାପିତ କ୍ଷତିପୂରଣ ପାଇ ନ ଥିବା ବେଳେ କିଛି ବିସ୍ଥାପିତ ନୂତନ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.