ETV Bharat / state

କଂସେଇଖାନାକୁ ନେଇ ବଢୁଛି ଅସନ୍ତୋଷ; କେବେ ହେବ ସ୍ଥାନାନ୍ତର? - relocate butcher

କଳା, ସଂସ୍କୃତି, ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ଦେଶର ଦ୍ବିତୀୟ ବାରଣାସୀ । ଏହି ଐତିହାସିକ ସହର ମଧ୍ୟ ଭାଗରେ ଥିବା କଂସେଇଖାନାକୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । କଣ ରହିଛି ପୁରା ଘଟଣା ପଢନ୍ତୁ ସଂପୂର୍ଣ୍ଣ ଖବର...

subarnpur
subarnpur
author img

By

Published : Feb 14, 2020, 12:56 AM IST

Updated : Feb 14, 2020, 1:18 AM IST

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ଚାଲିଛି କଂସେଇଖାନା । ମଙ୍ଗଳବାର ବଜାର ପରିସରରେ ଦୈନିକ ବଜାର ସହିତ କଂସେଇଖାନା ରହିଛି । ଆଉ ଏହି କଂସେଇଖାନାକୁ ଲାଗି ରହିଛି ଅଙ୍ଗନୱାଡି, ପ୍ରାଥମିକ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ । ବିଦ୍ୟାଳୟ ପରିସରରେ କଂସେଇଖାନା ଥିବାରୁ ଏହାକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି ହେଉଛି । ହେଲେ ପୌରପରିଷଦ କେବଳ ଟିକସ ଆଦାୟ କରୁଥିବାବେଳେ ଜନସାଧାରଣଙ୍କ ଏହି ଦାବି ପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି ।

କଂସେଇଖାନାକୁ ନେଇ ବଢୁଛି ଅସନ୍ତୋଷ; କେବେ ହେବ ସ୍ଥାନାନ୍ତର?

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର । ଏହି ଆଧ୍ୟାତ୍ମିକ ସହରର ମଧ୍ୟ ଭାଗରେ ରହିଛି ପୌର ପରିଷଦର କଂସେଇଖାନା । 13 ଟି ଷ୍ଟଲରେ କଂସେଇ କାର୍ଯ୍ୟ ଚାଲିଛି । ଦୁଇଟି ଧାଡିରେ ତିଆରି ହୋଇଥିବା ଷ୍ଟଲଗୁଡିକରେ ପ୍ରତିଦିନ ଶହ ଶହ ଛେଳି ଓ ମେଣ୍ଢା କଟାଯାଉଛି । ହେଲେ କଂସେଇଖାନା ପରିସରରେ ଆବଶ୍ୟକ ସ୍ବଚ୍ଛତା କାର୍ଯ୍ୟ କରାଯାଉନାହିଁ । ଏପରିକି କଂସେଇଖାନା ନିକଟରେ ରହିଛି ଦୁଇଟି ବିଦ୍ୟାଳୟ ଓ ଗୋଟିଏ ମହିଳା ମହାବିଦ୍ୟାଳୟ । ପ୍ରାୟ 15 ମିଟର ଦୂରରେ ଏହି ଦୁଇଟି ବିଦ୍ୟାଳୟ ରହିଛି । 50 ମିଟର ଦୂରରେ ମହିଳା ମହାବିଦ୍ୟାଳୟ ରହିଥିବା ବେଳେ 70 ମିଟର ଦୂରରେ ରହିଛି ଦେବୀ ଖମ୍ବେଶ୍ବରୀଙ୍କ ମନ୍ଦିର । ଦୀର୍ଘ ଦିନରୁ ଏହି କଂସେଇଖାନାକୁ ସହର ବାହାରକୁ ସ୍ଥାନାନ୍ତରିତ କରିବାକୁ ଦାବି ହେଉଛି । ହେଲେ ଏହି ଦାବି ପ୍ରତି ପୌର ପରିଷଦ କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରୁଛନ୍ତି ସହରବାସୀ ।

ପ୍ରତିଦିନ ଏହି କଂସେଇଖାନା ବଜାରରେ ମାଂସ କିଣିବା ପାଇଁ ଗ୍ରାହକଙ୍କ ଭିଡ ଲାଗି ରହୁଛି । ଛେଳି ଓ ମେଣ୍ଢା ରଡିରେ ବିଦ୍ୟାଳୟ ଗୁଡିକରେ ପାଠପଢା ବ୍ୟାଘାତ ହେଉଛି । ବିଦ୍ୟାଳୟ ଦୁଇଟି ଖୁବ ନିକଟରେ ଥିବାରୁ ଓ ବିଦ୍ୟାଳୟ ଗୁଡିକର ଝରକା ଗୁଡିକ କଂସେଇଖାନା ଆଡକୁ ଥିବାରୁ ଛୋଟ ଛୋଟ ପିଲାମାନଙ୍କ ଏହି ବିଭତ୍ସ କାର୍ଯ୍ୟ ଉପରେ ଆଖି ପଡୁଛି । ଫଳରେ ନିରୀହ ପିଲାମାନେ ହିଂସାତ୍ମକ କାର୍ଯ୍ୟକୁ ବାଧ୍ୟହୋଇ ଦେଖୁଛନ୍ତି । ହେଲେ ପିଲାଙ୍କ ମନରେ ପଡୁଥିବା ଏହି କୁ-ପ୍ରଭାବ କୁନେଇ କାହାରି ଚିନ୍ତା ନାହିଁ ।

ପୌର ପରିଷଦ ନିକଟରେ କଂସେଇଖାନା ସ୍ଥାନାନ୍ତର କରିବା ପାଇଁ ଅନେକ ସମୟରେ ଜନସାଧାରଣ ଦାବି କରିଛନ୍ତି । ଏପରିକି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପୌର ପରିଷଦକୁ ଚିଠି ଲେଖାଯାଇଛି । ହେଲେ ପୌର ପରିଷଦ ଟିକସ ଆଦାୟ କରି ଏହି ଦାବି ପ୍ରତି ଉଦାସୀନ ରହୁଛି । ଅପରପକ୍ଷରେ ବିଦ୍ୟାଳୟ, ମନ୍ଦିର ଆଦି ନିକଟରେ କଂସେଇଖାନା ରହିବା କଥାକୁ ଗ୍ରହଣ କରି ପାରି ନଥିବା ବେଳେ ତୁରନ୍ତ ସ୍ଥାନାନ୍ତର ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି । ପୌର ପରିଷଦ ଟିକସ ଲୋଭରେ କଂସେଇଖାନାକୁ ଉଠାଉ ନାହାନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Feb 14, 2020, 1:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.