ETV Bharat / state

ଅଧାରେ ବିକାଶମୂଳକ ପ୍ରକଳ୍ପ, ଶୀଘ୍ର ଶେଷ ପାଇଁ ଦାବି - ଭାଗବତ ଟୁଙ୍ଗୀ ଉନ୍ନତି କରଣ

ପୌରପରିଷଦର ଥନାପତି ପଡ଼ାରେ ବିକାଶ ମୂଳକ ପ୍ରକଳ୍ପ ଶୀଘ୍ର ଶେଷ ପାଇଁ ଦାବି । ଏନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ପଡ଼ା ଲୋକେ ।

Demand For Compite pending development project by people of Subernapur Municipality
ଅଧାରେ ବିକାଶମୂଳକ ପ୍ରକଳ୍ପ, ଶୀଘ୍ର ଶେଷ ପାଇଁ ଦାବି
author img

By

Published : Jul 31, 2020, 6:56 AM IST

ସୁବର୍ଣ୍ଣପୁର: ପୌରପରିଷଦର ଥନାପତି ପଡ଼ାରେ ବିକାଶ ମୂଳକ ପ୍ରକଳ୍ପ ଶୀଘ୍ର ଶେଷ ପାଇଁ ଦାବି । ଏନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ପଡ଼ା ଲୋକେ । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ବାସିନ୍ଦା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି ।

ଅଧାରେ ବିକାଶମୂଳକ ପ୍ରକଳ୍ପ, ଶୀଘ୍ର ଶେଷ ପାଇଁ ଦାବି

ପଡାରେ 1966 ମସିହାରେ ପ୍ରତିଷ୍ଠିତ ଚନ୍ଦ୍ରଶେଖର ପାଠାଗାରର ଭାଗବତ ଟୁଙ୍ଗୀ ଉନ୍ନତି କରଣ କାର୍ଯ୍ୟ ତୁରନ୍ତ ଶେଷ ପାଇଁ ଦାବି ହୋଇଛି । 1987ରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ପାଠାଗାର ଅଧୀନରେ ଥିବା ଭାଗବତ ଟୁଙ୍ଗିକୁ ଉଦ୍ଘାଟନ କରିଥିଲେ । ତେବେ ଏହାର ଉନ୍ନତିକରଣ ପାଇଁ ବର୍ଷ 2018 ରେ ଆଠ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ତେବେ ପୁରୁଣା କୋଠାଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ନୂତନ କୋଠାର ନିର୍ମାଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରାଶିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ପଡାବାସୀ । ପୌର ପରିଷଦ ପକ୍ଷରୁ ଆଠ ଲକ୍ଷ ବଦଳରେ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିବା ପରେ ତୀବ୍ର ବିରୋଧ କରିଛନ୍ତି ପଡାବାସୀ ।

ସେହିପରି ଡ୍ରେନ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନଥିବା ଯୋଗୁଁ, ବର୍ଜ୍ୟବସ୍ତୁ ପରିଚାଳନା ସଠିକ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ସାତ ଦିନ ଭିତରେ ଏସବୁ କାର୍ଯ୍ୟ ଗୁଡିକୁ ଆରମ୍ଭ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.