ETV Bharat / state

ବାଇକରେ ବୁହାହେଲା ମୃତଦେହ - ସୁବର୍ଣ୍ଣପୁର ଖବର

ପୁଣି ବାଇକରେ ବୁହାହେଲା ମୃତଦେହ । ମହାପ୍ରୟାଣ ଯୋଜନାକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ । ଅଧିକ ପଢନ୍ତୁ

ବାଇକରେ ବୁହାହେଲା ମୃତଦେହ
ବାଇକରେ ବୁହାହେଲା ମୃତଦେହ
author img

By

Published : Dec 31, 2021, 4:46 PM IST

ସୁବର୍ଣ୍ଣପୁର : ପୁଣି ବାଇକରେ ବୁହାହେଲା ମୃତଦେହ । ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ନେଲେ ପରିବାର ଲୋକେ । ମୃତଦେହକୁ ନେବା ପାଇଁ କୈଣସି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇ ନଥିଲା । ମହାପ୍ରୟାଣ ଯୋଜନାକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ ।

ବାଇକରେ ବୁହାହେଲା ମୃତଦେହ

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ରଥପୁର ଗାଁର କାର୍ତ୍ତିକ ମେହେର ଏକ ରୋଗରେ ପୀଡିତ ଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ଯାଇଥିଲେ । ଘରୋଇ କ୍ଲିନିକ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ କାର୍ତ୍ତିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ମେଡିକାଲକୁ ନେଇଥିଲେ । ଶେଷରେ ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ବୁର୍ଲାରୁ ମେଡିକାଲରୁ ମୃତଦେହଟି ଆଣି ସମ୍ପୃକ୍ତ ଘରୋଇ ଡାକ୍ତରଙ୍କ କ୍ଲିନକ ଆଗରେ ରଖିଥିଲେ । ଭୁଲ ଚିକିତ୍ସା ଯୋଗୁଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କ କ୍ଲିନିକ ଆଗରେ ରଖି ପ୍ରତିବାଦ କରିଥିଲେ ।

ତେବେ ପ୍ରତିବାଦ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ କ୍ଲିନକ ଛାଡି ସମ୍ପୃକ୍ତ ଡାକ୍ତର ଫେରାର ହୋଇଯାଇଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ବିରୁଦ୍ଧର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲେ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମହାପ୍ରୟାଣ ଗାଡି କି ଆମ୍ବୁଲାନ୍ସ ନ ମିଳିବାରୁ ପରିବାର ଲୋକେ ମୃତଦେହକୁ ଏକ ବାଇକ ଯୋଗେ ଘରକୁ ନେଇଥିଲେ ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.