ETV Bharat / state

Muharram 2022: ଲଗାଣ ବର୍ଷା ଯୋଗୁଁ ଫିକା ପଡିଲା ମହରମ

ବେଶ୍ ଧୁମ୍‌ ଧାମ୍‌ରେ ମହରମ ପାଳନ ପାଇଁ ସୁବର୍ଣ୍ଣପୁରବାସୀ ପ୍ରସ୍ତୁତି କରିଥିଲେ ମଧ୍ୟ ଉତ୍ସାହକୁ ଧୋଇଦେଇଛି ବର୍ଷା । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା । ଅଧିକ ପଢନ୍ତୁ

author img

By

Published : Aug 9, 2022, 12:59 PM IST

ଲଗାଣ ବର୍ଷା ଧୋଇଦେଲା ମହରମରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

ସୁବର୍ଣ୍ଣପୁର: ଉତ୍ସାହ ଓ ଉଦ୍ଦୀପନାର ସହ ମହରମ ପାଳିଲେ ମୁସଲମାନ ସମ୍ପ୍ରଦାୟର ଲୋକେ । ଆଜି(ମଙ୍ଗଳବାର) ସକାଳୁ ନିର୍ଦ୍ଧାରିତ ସମୟରେ ମୁସଲମାନ ଶ୍ରଦ୍ଧାଳୁମାନେ ନମାଜ ପାଠ କରି ପରସ୍ପରକୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଆଗାମୀ ଦିନଗୁଡିକ ସୁଖମୟ, ଆନନ୍ଦମୟ, ମଧୁମୟ ତଥା ଶାନ୍ତିରେ ଅତିବାହିତ ହେବା ପାଇଁ ସାମୁହିକ ପ୍ରାର୍ଥନା କରିଛନ୍ତି । ହେଲେ ବର୍ଷା ଧୋଇ ଦେଇଛି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ।

ସହରର ବିଭିନ୍ନ ମସଜିଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ନବବର୍ଷର ମହରମ ଶୋଭାଯାତ୍ରାକୁ ବର୍ଷା ପାଇଁ ବାତିଲ କରି ଦିଆଯାଇଛି । ବିଭିନ୍ନ ବର୍ଗର ମୁସଲମାନ ପିଲାମାନଙ୍କୁ ନେଇ ଆୟୋଜିତ ହେଉଥିବା ଖେଳକୁଦ ତଥା ବିଭିନ୍ନ ପ୍ରତିଯୋଗିତା ମଧ୍ୟ ବାତିଲ ହୋଇଛି । ମୁସଲମାନ ସମ୍ପ୍ରଦାୟ ଭିତରେ ପାରସ୍ପାରିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ଓ ମିଷ୍ଟାନ୍ନ ବଣ୍ଟନ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଧର୍ମର ଲୋକେ ମଧ୍ୟ ମୁସଲମାନମାନଙ୍କୁ ପବିତ୍ର ମହରମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.