ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ଅପରାଧ ବଢୁଛି। ସଦର ଥାନା ଅଧୀନରେ ଥିବା ଜନବସତି ଅଞ୍ଚଳରେ ଚୋରି, ଡକାୟତି ଓ ରାହାଜାନି ଭଳି ଘଟଣା ଦେଖିବାକୁ ମିଳୁଛି। ପ୍ରାୟ 90 ପ୍ରତିଶତ ଘଟଣା ପୋଲିସ ପାଖରେ ରିପୋର୍ଟ ହେଉଥିବା ବେଳେ ଅଧିକାଂଶ ଘଟଣାର ସମାଧାନ କରିବାରେ ପୋଲିସ ବିଫଳ ହେଉଛି।
ଦିନ ଦ୍ବିପ୍ରହରରେ ପେକେଟ ମାର, ବାଇକ ଚୋରି ,ମୋବାଇଲ ଚୋରି ,ବ୍ୟାଙ୍କ ଆଗରେ ଟଙ୍କା ଲୁଟ,ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଆଦି ଯେପରି ସାଧାରଣ ଘଟଣାରେ ପରିଣତ ହୋଇଛି। ସହରର ଅନେକ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଅପରାଧି ଧରା ପଡୁଥିବା ବେଳେ ଲୋକେ ଅପରାଧିକ ଘଟଣା ଗୁଡିକରୁ ରକ୍ଷା ପାଉଛନ୍ତି।
ହେଲେ ପୋଲିସ ଅପରାଧ ଘଟଣାସ୍ଥଳରେ ପହଞ୍ଚିବାକୁ ବେଶ ଡେ଼ରି ହେଉଛି। ପୋଲିସ ପିସିଆର ଭ୍ୟାନରେ ଥିବା ମୋବାଇଲ ନମ୍ବର ଲାଗୁ ନ ଥିବାରୁ ଲୋକେ ଠିକ ସମୟରେ ପୋଲିସକୁ ଖବର ଦେଇ ପାରୁ ନାହାଁନ୍ତି।ଅପରପକ୍ଷରେ ପୋଲିସକୁ ଲୋକେ ଥାନା ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିବା ବେଳେ ଉଭୟ ଦିନ ଓ ରାତିରେ କଡାକଡି ପାଟ୍ରୋଲିଂ କରାଯାଉଛି ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ