ସୁବର୍ଣ୍ଣପୁର: ଜିଲ୍ଲା ବାଘଲପୁର ମୌଜାର ରକସା ଯୋରରେ ଅନ୍ତିମ ସଂସ୍କାରକୁ ନେଇ ଗାଁ ଲୋକେ ମନା କରୁଛନ୍ତି । କୋରୋନା ସଂକ୍ରମିତଙ୍କ ବ୍ୟକ୍ତିଙ୍କ ଶବଦାହକୁ ନେଇ ଗାଁ ଲୋକେ ତୀବ୍ର ବିରୋଧ କରିଛନ୍ତି । ଗାଁ ନିକଟରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ବ୍ୟକ୍ତିମାନଙ୍କୁ ନେଇ ଯୋରରେ ଦାହ କରାଯାଉଛି ।
ମୃତକ ଓ ଅନ୍ତିମ ସଂସ୍କାର କରୁଥିବା ବ୍ୟକ୍ତିମାନେ କୋରୋନା କିଟ ସବୁ ଏଣେ ତେଣେ ଫୋଫାଡି ଦେଉଛନ୍ତି । ଯାହାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରକସା ଜୋରରେ ଗାଁ ଲୋକେ ଏକ ଘାଟରେ ସ୍ନାନ ଶୌଚ କରୁଥିବା ବେଳେ ଯୋରରେ ଅନେକ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଫଳରେ ଲୋକଙ୍କ ଯୋରକୁ ଯା ଆସ ଲାଗି ରହିଛି ।ତେବେ ଯୋରର ତଳିମୁଣ୍ଡରେ ଏକ ନିଛାଟିଆ ସ୍ଥାନରେ କୋରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ ଲୋକେ ଦାବି କରିଛନ୍ତି ।
ଗାଁ ଲୋକଙ୍କ ଦାବି ଶୁଣି ସ୍ଥାନୀୟ ସରପଞ୍ଚ ତହସିଲଦାରଙ୍କ ପାଖରେ ଅଭିଯୋଗ କରିବା ସହିତ ସ୍ଥାନ ଚିହ୍ନଟ ପାଇଁ ଦାବି ରଖିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ