ETV Bharat / state

ସୁବର୍ଣ୍ଣପୁରରେ କୋରୋନା କୋଭାକ୍ସିନକୁ ନେଇ ପ୍ରସ୍ତୁତି

author img

By

Published : Jan 3, 2021, 6:10 PM IST

କୋରୋନା କୋଭାକ୍ସିନକୁ ନେଇ ଶନିବାର ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ୍ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ମିଳିତ ଟିମ ଗଠନ କରିଛି । ଅଧିକ ପଢନ୍ତୁ...

covid19 covaccine preparation
ସୁବର୍ଣ୍ଣପୁରରେ କୋରୋନା କୋଭାକ୍ସିନକୁ ନେଇ ପ୍ରସ୍ତୁତି

ସୁବର୍ଣ୍ଣପୁର: ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ କୋରୋନା ଟୀକାକରଣ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ମିଳିତ ଟିମ ଗଠନ କରାଯାଇଛି ।

କୋରୋନା କୋଭାକ୍ସିନକୁ ନେଇ ଶନିବାର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ୍ କରାଯାଇଛି । ପ୍ରଥମେ ଏହି ମହାମାରୀରେ ରୋଗୀଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଥିବା କୋଭିଡ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଓ 60 ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ତୃତୀୟ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରାୟ 124 ଗୋଟି ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ପ୍ରାୟ 744 ଜଣ ସ୍ବାସ୍ଥ୍ୟକର୍ମୀ ଏହି ଅଭିଯାନରେ ସାମିଲ ହେବେ ।

ଟୀକାକରଣ କେନ୍ଦ୍ରର ସମ୍ପ୍ରସାରଣ ସହିତ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯିବ । ତେବେ ଟୀକା ଆସିବା ସହିତ ସରକାରୀ ନିର୍ଦେଶ ଆସିବାକୁ କିଛି ସମୟ ବିଳମ୍ବ ହୋଇପାରେ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.